ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

ନବରଙ୍ଗପୁର- (ମସିହା) ଓଡିଶା ରାଜସ୍ଵ ଅମଲା ସଂଘର ୪ ର୍ଥ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସଭାପତିତ୍ବରେ ଏହି ଦୁଇ ଦିନିଆ ସମ୍ମିଳନୀ ରେ ଆଜି ଦ୍ଵିତୀୟ ଦିନରେ ରାଜ୍ୟ ସଂଘ ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ରେ ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ପରାଜିତ କରି କ୍ରମାଗତ ଭାବେ ଦ୍ଵିତୀୟ ଥର ତ୍ରିପତି ବାଲାଜୀ ସାହୁ ରାଜ୍ଯ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସଂଘର ସାଧାରଣ ସମ୍ପାଦକ ଭାବେ ନରେଶ ଚନ୍ଦ୍ର ମହାପାତ୍ର କ୍ରମାଗତ ଭାବେ ତୃତୀୟ ଥର ନିର୍ବାଚିତ ହୋଇଛନ୍ତି। ତ୍ରିପତି ବାଲାଜୀ ସାହୁ ଆମ ଜିଲ୍ଲା,ଆମ ରାଜ୍ୟ ପାଇଁ ଗର୍ବିତ।ସେ ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହୋଇ ଥିବାରୁ ଜଗତର ନାଥ ଶ୍ରୀଜଗନ୍ନାଥ ତାଙ୍କର ସୁଦୀର୍ଘ ନିରୋଗ ଜୀବନ ସହ ତାଙ୍କ କାର୍ଜ୍ୟକୁ ଆହୁରି ସରଶ ସୁନ୍ଦର କରିବା ପାଇଁ ସାହସ ଧୈଜ୍ୟ ପ୍ରଦାନ କରନ୍ତୁ ଜିଲ୍ଲାବାସୀ ଏହି କାମନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ବ୍ଲକସ୍ତରୀୟ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ

masiha

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

ଜିଲ୍ଲାସ୍ତରୀୟ “ଉତ୍ସାହ-2025” ପ୍ରତିଯୋଗୀତା ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!