ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୬ ପାଳିତ:
ନବରଙ୍ଗପୁର, ୦୯/୧୧ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଖୀରିଷ୍ଟିଓ ବାରିଷ୍ଟୋ ନାଗରିକ ଭବନ, ନବରଙ୍ଗପୁର ପରିସରରେ ଆଇନଜୀବି, ପାରା, ବରିଷ୍ଟ ନାଗରିକ ଓ ପାରା ଲିଗାଲ ସଦସ୍ୟ ମାନଙ୍କୁ ନେଇ ଜାତୀୟ ଆଇନ ସେବା ଦିବସ, ୨୦୨୬ ପାଳନ ହେଇଯାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଚଳିତ ବର୍ଷ ଏହି ଦିବସ ପାଳନରେ ପ୍ରସଙ୍ଗ ହେଉଛି “ସମସ୍ତଙ୍କ ପାଇଁ ନ୍ୟାୟ: ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତି କରଣ”। ଦେଶରେ ଯେ କୌଣସି ନାଗରିକ ଯେ କୌଣସି ପୃଷ୍ଟଭୂମିରୁ ଆସିଥାନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ସମସ୍ତଙ୍କୁ କହିଥିଲେ ଓ ଏହି ଦିବସର ମହତ୍ଵ ବିଷୟରେ ସଚେତନ କରିଥିଲେ ଓ ଅନ୍ୟ ଆଈନ ଯଥା ଲୋକ ଅଦାଲତ, ଦେବାନୀ ପ୍ରକ୍ରିୟା ମଧ୍ୟସ୍ତତା ନିୟମାବଳୀ ୨୦୦୭, ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶ୍ରୀ ରାଜ କିଶୋର ନାଗ୍, ଆଇନଜୀବି, ନବରଙ୍ଗପୁର, ଶ୍ରୀମତୀ ମନୋରମା ମାଝୀ, ସାମାଜିକ କର୍ମୀ, ନବରଙ୍ଗପୁର, ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ, ସଭାପତି, ଯେ.ଇ.ଏଲ.ସୀ, ନବରଙ୍ଗପୁର ,ଯୁଧିସ୍ତିର ନାୟକ, ଦୀନ, ଯେ.ଇ.ଏଲ.ସୀ, ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ, ସଭାପତି, ଯେ.ଇ.ଏଲ.ସୀ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।
ଆଲୋକର ପର୍ବ ଦୀପାବଳୀ ଆନନ୍ଦ ଉଲ୍ଲାସରେ ପାଳିତ
ନବରଙ୍ଗପୁର:(୯|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲା ତଥା ଓଡିଶା ସାରା ଏଇ ଆଲୋକର ପର୍ବ ଦୀପାବଳୀ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି l ଏହିଦିନ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ବଡ ବଡୁଆ କାଉଁରିଆ କାଠିରେ ନିଆଁ ଲଗାଇ ବଡ ବଡୁଆ ହୋ ଅନ୍ଧାରେ ଆସ ଆଲୁଅରେ ଯାଅ ଗଙ୍ଗା ଯାଅ ଗୟା ଯାଅ ବାଇଶି ପାହାଚରେ କୈବଲ୍ୟ ପାଇ ଅମୃତ ମୁଖେ ଚାହିଁ ଥାଅ ଏପରି କହି ବିଭିନ୍ନ ପ୍ରକାର ପିଠା ପୂଜା କରି ଆନନ୍ଦ ଉଲ୍ଲାସ ରେ ପାଳନ କରିଥାନ୍ତି l ଆଜି ଦିନଟି ଘର ଆଗରେ ଶୁଭ ଦୀପାବଳୀ ଝୋଟି ପକାଇ ପୂଜା ପାଠ କରାଇ ବିଦ୍ୟୁତ୍ ଲିଚୁ ମାଳ ଘର ଆଗରେ ଲଗାଇବା ସହ ଘର ଆଗରେ ଦୀପ ରେ ବଳିତା ଦେଇ ତେଲ ପକାଇ ଜଳାଇ ଥାନ୍ତି l ସହର ଆଲୋକ ମୟ ହୋଇ ବେଶ ସୁନ୍ଦର ଦେଖାଯାଇଥାଏ l କେତେକ ଦୋକାନୀ ମଧ୍ୟ ଏଇ ଦିନ ଦୋକାନ ପୂଜା କରି ମିଠା ବାଣ୍ଟି ଖୁସି ମନାଇ ଥାଆନ୍ତି l ଆଜିର ଦିବସରେ ପ୍ରତି ଘରେ ଘରେ ବାଣ ଫୁଟାଇ ଆଲୋକର ପର୍ବକୁ ଆହୁରି ଆକର୍ଷଣୀୟ କରିଥାନ୍ତି lଏଇ ପର୍ବ କୁ ସବୁ ବର୍ଗର ଜନସାଧାରଣ ପାଳନ କରି ଆନନ୍ଦିତ ହୋଇ ଥାଆନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

