ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ 

୨୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ 

ଜୁନାଗଡ଼,୨୨/୧୧(ମନିସ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ  ଅନ୍ତର୍ଗତ  କୁଲିହ।ରି ଉଚ୍ଚ ବିଦ୍ୟାଳୟ ରେ ୨୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ୍ କ୍ରସ୍ ପାଠ୍ୟ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଭବାନୀପାଟଣା ବ,ସି,ସି,ବି ଅଧକ୍ଷ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମଳୟ ଆଚାର୍ଯ୍ୟ, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ କୁମାର ପଟ୍ଟନlୟକ , ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରକ୍ଷକ ମହେନ୍ଦ୍ର କୁମାର ପଣ୍ଡା , ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, କୁଲିହାରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମୁଣ୍ଡ ପ୍ରମୁଖ ମଞ୍ଚସିନ ଥିଲେ | ନୋଡାଲ ଉଚ୍ଚ ବିଦ୍ୟାଳୟ ଜୁନାଗଡ ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଜିଲ୍ଲା ସମ୍ପାଦକ ଶ୍ରୀ ରାଉତ୍ ବିବରଣୀ ପ୍ରଦାନ କରି ଥିଲେ। ଶିବିର ସଂଚାଳକ ବିଜୟ କୁମାର ପାଢୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯକ୍ରମ କୁ ଜେ,ଆର,ସି,ଓ,  ନାରାୟଣ ପ୍ରଧାନ, ସୁଦାମ ମିଶ୍ର, ସୂର୍ଯ୍ୟ ଠାକୁର  ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସନ୍ଧ୍ୟା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚାମେଲିଦେବୀ କଲେଜ୍ ର ଅଧ୍ୟକ୍ଷା ପ୍ରୀୟମଞ୍ଜରି ପଣ୍ଡା , ବରିଷ୍ଠ ଆଇନୀଜିବୀ ରସ୍ମିଲତା ପାଢୀ , ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ, ପ୍ରୟାସ ଅନୁଷ୍ଠାନ ର ତ୍ରିଭୁବନ ପୁଝାରୀ ପ୍ରମୁଖ ମଞ୍ଚସିନ ଥିଲେ । ସମଗ୍ର କଳାହାଣ୍ଡି ର କୋଣ ଅନୁକୋଣ ର ବିଭିନ୍ନ ବିଦ୍ୟାଳୟ ରୁ ଯୋଗଦାନ ଦେଇଥିବା ଜୁନିଅର୍ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ଥିଲା।ଶିବିର ର ଦ୍ୱତୀୟ ଦିନ ସକାଳ ରେ ଯୋଗ ଶିକ୍ଷକ ନବକିଶୋର ବେହେରା ଛାତ୍ର ଛାତ୍ରୀ ଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ ପରେ ସ୍ୱଚ୍ଛଭାରତ ଅଭିଯାନ ସ୍କୁଲ ହତା ପରିସକାର କରାଯାଇ ଥିଲା l 9ଘଣ୍ଟା ସମୟ ରେ ରେଡ କ୍ରସ ପତାକା ଉତ୍ତୋଳନ କରାଯାଇ ଫାଷ୍ଟ ଏଡ଼ ଟ୍ରେନିଂ, ରେଡ କ୍ରସ ଉପରେ ଡିବେଟ ପ୍ରତିଯୋଗିତା, ଜୁନାଗଡ଼ ପୋଲିସ ଦ୍ୱାରା ରୋଡ଼ ସେଫଟି ଟ୍ରେନିଂ, ଜୁନାଗଡ଼ ଫାୟାର ଅଫିସର ଙ୍କ ଦ୍ୱାରା ଫାୟାର ସେଫଟି ଟ୍ରେନିଂଗ, ଓ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଦ୍ୱତୀୟ ଦିନ ର କାର୍ଯ୍ୟକ୍ରମ ଶେଷ ହୋଇଥିଲା l ତୃତୀୟ ଦିନ ସମାପନ ଉତ୍ସବ ର ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ସନମାନିତ ଅତିଥି ଭାବେ ଡି ଇ ଓ ତଥା ସଭାପତି ଜୁନିଅର ରେଡ କ୍ରସ ସୁଶାନ୍ତ ଚୋପଦାର, ଜିଲ୍ଲା ପରିଷଦ ଉପ ସଭାନେତ୍ରୀ ସୁଧୀରା ମେହେର, ବ୍ଲକ ଅଧକ୍ଷ୍ୟା ସବିତା ମେହେର ଆଇପିଇ ରୂପ ସିଂରାଉତ, ପ୍ରଧାନ ଶିକ୍ଷକ ଅଶୋକ ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ l ସୂର୍ଯ୍ୟ ନାରାୟଣ ଠାକୁର ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ବିଜୟ କୁମାର ପାଢ଼ୀ ,ମଳୟ ମୁଣ୍ଡ ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ l ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ମନୋରଞ୍ଜନ ପାଣିଗ୍ରାହୀ, ବିଜୟ କୁମାର ପାଢ଼ୀ, ସମୀର ନାଏକ, ମହେନ୍ଦ୍ର କୁମାର ପଣ୍ଡା, ଜୟ ପ୍ରକାଶ ନାଏକ, ନେପାଳ ଚନ୍ଦ୍ର ବାଗ ଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଆଲୁମିନି ସଭାପତି ସୁଦାମ ପାତ୍ର, ଶିକ୍ଷକ ରାଜେଶ କୁମାର ମାଝୀ, ମଳୟ କୁମାର ମୁଣ୍ଡ, ପ୍ରଶାନ୍ତ ନନ୍ଦ, ବିଜୟ ମଲ୍ଲିକ ନିରଞ୍ଜନ ସାହାଣୀ, ଚନ୍ଦ୍ର ହାସ୍ୟ ମେହେର ସହଯୋଗ କରିଥିଲେ l ତିନି ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କୁ ମିଶେଇ ସର୍ବ ମୋଟ୍ ୪୪୦ ଶିବିରାର୍ଥି ଅଂଶ ଗ୍ରହଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପାଣ୍ଡିଆନ ଙ୍କ ଗ୍ରସ୍ତ ପୂର୍ବରୁ ସାରଳାପୀଠରୁ ହଟିଲା ଜବରଦଖଲ। ଯାତ୍ରୀ ହନ୍ତ୍ସସନ୍ତ୍ ,ବୁଡିଗଲା ଉଠା ଦୋକାନୀଙ୍କ ବେଉସା

Sunil Chandra Nayak

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!