ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ୧୨ଟି ପଞ୍ଚାୟତ ଅଞ୍ଚଳବାସୀ, ନେଲେ ସାମୁହିକ ଶପଥ

ଲାଞ୍ଜିଗଡ଼,୨୯/୦୩(ମନିସ)-ଲାଞ୍ଜିଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ମୌଳିକ ସୁବିଧା ଆଦି ପହଞ୍ଚାଇବା ସହିତ ଏଥିପାଇଁ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଅଞ୍ଚଳବାସୀ ନେଇଛନ୍ତି ବଜ୍ରଶପଥ ! ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଗ୍ରାମ ଅବିରତ ଜାରି ରହିବ ବୋଲି ସେମାନେ ଆଜି ସାମୁହିକ ନିଷ୍ପତ୍ତି ନେଇଛନ୍ତି ! ସେହିପରି ଲାଞ୍ଜିଗଡ଼ରେ ବୈଷୟିକ ଶିକ୍ଷା ପାଇଁ ଏକ ଆଇଟିଆଇ ସ୍ଥାପନ ସହିତ, ଜେଏମ୍ଏଫସି କୋର୍ଟର କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବାରୋପ କରିବାକୁ ଆଜିର ବୈଠକରେ ଆହ୍ବାନ ଦିଆଯାଇଥିଲା ! କଂଗ୍ରେସ ନେତା ତଥା ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀଙ୍କ ଆବାହକତ୍ବରେ ଆୟୋଜିତ ଏଇ ବୈଠକରେ ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର, ମାଳିଯୁବାଙ୍ଗ, ବିଜେପୁର, ପାହାଡ଼ପଦର, ଲାଖବାହାଲି, ବେନଗାଁ, ଲାଞ୍ଜିଗଡ଼, ଛତ୍ରପୁର, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଚମ୍ପାଦେଇପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ ! ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଉଦୟ କୁମାର, ଚନ୍ଦ୍ରଧ୍ବଜ ପେସନିଆ, ପରମାନନ୍ଦ ନାଏକ, ଶ୍ରୀଧର ପେସନିଆ, ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, ସରସ୍ବତୀ ମୁଣ୍ଡା, ଭୂମିକା ମାଝୀ, କରୁଣା ମାଝୀ, ଗୋବିନ୍ଦ ନାଏକ, ପ୍ରଦୀପ ମାଝୀ, ମୁଗାନା ମାଝୀଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଥିଲେ ! ଏହାସହିତ ଅଞ୍ଚଳର ବିକାଶରେ ସାମୁହିକ ଭାଗିଦାରିତା ନିଶ୍ଚିତ କରିବାକୁ ସାମୁହିକ ଶପଥ ନେଇଥିଲେ ! ଆଗାମୀ ଦିନରେ ଅଞ୍ଚଳର ସମସ୍ୟାର ସ୍ଥାୟୀ ସମାଧାନ ଓ ଦାବିଗୁଡ଼ିକ ପୂରଣରେ ଅବହେଳା କରାଗଲେ ଭୋଟ ବର୍ଜନ ଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

masiha

ଜଙ୍ଗଲ ସୁରକ୍ଷା ପାଇଁଁ ସଚେତନତା ସଭା

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଭା ଅବସରରେ ମା’ ଠାକୁରାଣୀଙ୍କ ରଥ ବିଭିନ୍ନ ଅଞ୍ଚଳରେ ପରିକ୍ରମା 

Sunil Chandra Nayak

Leave a Comment

error: Content is protected !!