ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ:-ତା.29/03-ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ା କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ରାୟାଗଡ଼,ଧର୍ମଆନନ୍ଦ ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବେଳେ ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ପୌରପରିଷଦ ନଗରପାଳ ପି. ମହେଶ ପଟନlୟକ,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୂଷିକା ଆଦି ଯୋଗଦାନ କରି ନିଜର ବକ୍ତବ୍ୟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଅବଦାନ ଓ ସଂଗ୍ରାମ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଉପସଭାପତି ଦାଶରଥି ରାଜଗୁରୁଓ ହରିଶ୍ଚନ୍ଦ୍ର ଶବର, ସହରର ମନ୍ୟଗଣ୍ୟ ବ୍ୟକ୍ତି,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୂସ୍ମିତା ବାଉରୀ,ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଓ ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେହିଭଳି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରାକ୍ଷେପକ ପୀତବାସ ବିଶ୍ୱାଳ, ରାଜସ୍ୱ ସହାୟକ ରାମ ଚନ୍ଦ୍ର ପାତ୍ର,ଗ୍ରନ୍ଥା ଗାରିକ ଡ଼ମ୍ବରୁଧର ପଣ୍ଡା,ସଂଚାଲକ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜରନ୍ଦ୍ର ଦୋରା, ଅଜିତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି , ଶାସ୍ତ୍ରୀନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡି ଓ ଙ୍କ ଯୋଗଦାନ  

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

masiha

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

Leave a Comment

error: Content is protected !!