ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ପାନୀୟ ଜଳର ବ୍ୟବସ୍ତା

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଙ୍କ ତତ୍ତ୍ୱାବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମ ର କଳାରୁଦ୍ର ଯୁବକ ଆଜି କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସେବା କାର୍ଯ୍ୟକ୍ରମ କରାଯାଇଛି l ଏହି ସେବା କାର୍ଯ୍ୟକ୍ରମରେ ଯୋରାଡବରା ଛକ ଠାରେ ଗ୍ରୀଷ୍ମ ଋତୁ ପ୍ରବାହ ପ୍ରଚଣ୍ଡ ଖରା ରେ ଜନସାଧାରଣ ଅଂଶୁଘାତ ର ସମ୍ମୁଖୀନ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଜଳ ଛତ୍ର ବା ପିଇବା ପାଣି ର ବ୍ୟବସ୍ତା କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଯୋରାଡବରା ମିଳିତ ପଞ୍ଚାୟତ ବିଦ୍ୟାପୀଠ ର ହିନ୍ଦୀ ଓ ଓଡ଼ିଆ ଶିକ୍ଷକ ଶ୍ରୀଯୁକ୍ତ ଶେଷଦେବ ଭୋଇ, ସମ୍ମାନିତ ଅତିଥି ଭାବରେ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ନିମାଇଁ ଚରଣ ସାହୁ ହଜାରୀପଡା ରାମଜୀ କମିଟି ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ସମାଜ ସେବୀ ଲାଏବାନ ସାହୁ, ଗଣେଶ୍ୱର ସାହୁ, ଗୁଣସାଗର ସାହୁ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁ ଓ କଳାରୁଦ୍ର ଯୁବକ ସଂଘ ସଭ୍ୟ ତଥା ସମାଜସେବୀ ତ୍ରିଲୋଚନ ସାହୁ, ରମେଶ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଧର୍ମରାଜ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!