ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରୁ 239 ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଭେଲୋର, ତିରୁପତି ଓ ଶ୍ରୀ କଳହସ୍ତୀକୁ ଯାତ୍ରା

ଭବାନୀପାଟଣା ତା: ୨୭.୦୩.୨୦୨୩ :- ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ଅପରାହ୍ନ ୦୨.୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ୨୩୯ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ ରାୟଗଡା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ର ଶୁଭାରମ୍ଭ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମବେତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଦେବଦର୍ଶନ ସହ ତୀର୍ଥ ସ୍ଥାନ ଭ୍ରମଣ କରି ଖୁସିରେ ଜିଲ୍ଲାକୁ ଫେରନ୍ତୁ ବୋଲି ଶୁଭ କାମନା କରିଥିଲେ । ୨୩୯ ଜଣ ତୀର୍ଥଯାତ୍ରୀ ମାନଙ୍କ ପାଇଁ ୭ ଜଣ ଏସ୍କଟ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି । ଆସନ୍ତା କାଲି ୨୮.୦୩.୨୦୨୩ ଋଖ ରାୟଗଡା ରେଳ ଷ୍ଟେସନ ଠାରେ ଏକ ସ୍ଵତନ୍ତ୍ର ଟ୍ରେନ ରେ ଅନ୍ୟ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସହ ଭେଲୋର, ତିରୁପତି ଓ ଶ୍ରୀକଳହସ୍ତୀକୁ ଯାତ୍ରା କରିବେ ଏବଂ ଏପ୍ରିଲ ୨ ତାରିଖରେ ଜିଲ୍ଲାକୁ ଫେରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ତୀର୍ଥଯାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବେ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇ ଆର ଟି ସି ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ପାଇଁ ପରିବହନ ଓ ପ୍ରତ୍ୟାବର୍ତ୍ତନ ର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା , ଖାଦ୍ଯ ଆଦିର ବ୍ୟବସ୍ଥା କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର , ଜିଲ୍ଲା କ୍ରୀଡା ଆଦିକାରୀ ରମେଶ ପାଢୀ , ଡି ଆଇ ପି ଆର ଓ ମନୋଜ ବେହେରା, ଡି ଟି ଓ ଶ୍ରୀ ସୁବୋଧ କୁମାର ଛତ୍ରିଆ ଓ ଓରମାସ ଅଧିକାରୀ ଜର୍ଜ କେରକେଟା , ପି ଇ ଟି ମହେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

masiha

Leave a Comment

error: Content is protected !!