ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଏସ୍ ଏସ୍ କୋ ୟୁନିଟ୍ ଦ୍ବାରାା Y-୨୦ ସଚେତନତା ତଥା ଅଭୀମୁଖୀକରଣ କାର୍ଯ୍ୟକ୍ରମ

ଉତ୍କେଲା,୨୯/୦୩,ନିପ୍ର:ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟ, ବୋର୍ଡା, କଳାହାଣ୍ଡିର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ୟୁନିଟ୍ ସମ୍ମିଳନରେ Y-୨୦ ସଚେତନତା ତଥା ଏନ୍ଏସ୍ଏସ୍ ଅଭୀମୁଖୀକରଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲେଶ୍ୱର୍ ନିଆଲଙ୍କ ସଭାପତିତ୍ୟରେ ତା ୨୯.୦୩.୨୦୨୩ ରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାଶ, ଜିଲ୍ଲା ପ୍ରୋଗ୍ରାମ ଅଫିସର NSS, ତଥା ଇଂରାଜି ଅଧ୍ୟାପକ ଜିପିଏସ୍ ସଂନ୍ଧ୍ୟା ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣା Y-୨୦ ଭାରତ ବିଷୟରେ ଛାତ୍ରଛାତ୍ରି ଓ ସ୍ବେଚ୍ଛାସେବୀ ମାନଙ୍କୁ ସଚେତନ କରାଇଥିଲେ। ଶ୍ରୀଯୁକ୍ତ ମୋହନ ପଟେଲ, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର୍ ତଥା ଓଡ଼ିଆ ଅଧ୍ୟାପକ କର୍ଲପଡା ଡିଗ୍ରୀ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ସ୍ଵେଚ୍ଛାସବୀମାନଙ୍କୁ ଦିଗବିନ୍ୟାସ୍ ତାଲିମ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ଜୟନ୍ତି ମହାନ୍ତି, କଲେଜର ଓଡ଼ିଆ ଅଧ୍ୟାପିକା ସ୍ବେଛାସେବୀ ମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ, ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ସଂଜୀବ କୁମାର ସଗରିଆ ମଞ୍ଚପରିଚାଳନା କରି ଥିଲେ ଓ ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l ପୁରୁଷ ଓ ମହିଳା ୟୁନିଟ୍ ର ପ୍ରୋଗ୍ରାମ ଅଫିସର ଦ୍ବୟ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀମତୀ ମାନସୀ ନାଏକ ସଭା ଫଳପ୍ରଦ ହେବାରେ ସାହାଯ୍ୟ କରିଥିଲେl

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!