ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

  କୋରାପୁଟ :- କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳନ ହୋଇଛି।କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଞ୍ଚାୟତର ବଗେଇପଦର ଗ୍ରାମରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ, ଭୂମିପୂଜନ ନୀତିକାନ୍ତି କାର୍ଯ୍ୟକ୍ରମ କରିବା ସହ ହଳ ଲଙ୍ଗଳ ଧରି ପ୍ରଥମ ଖରିଫ ଚାଷ ପାଇଁ ଶୁଭ ଦେଇଥିଲେ।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆଭାସୀ ମାଧ୍ୟମରେ ସିଏମକିଷାନ ଯୋଜନାରେ ଚାଷୀଙ୍କୁ ଆଜି ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଏଁ ଜିଲ୍ଲାର ୧୪ ଗୋଟି ବ୍ଲକର ୧୩୨୦୯୨ଜଣଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ,ମାନ୍ୟବର ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ, ଦେବୀଘାଟି ପଞ୍ଚାୟତ ସମିତି ସଭ୍ୟା ମଞ୍ଜୁଳା ବାଘ, କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କେସିସି ବ୍ୟାଙ୍କ ସେକ୍ରେଟେରୀ ଅତୁଲ୍ୟ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

ଚାଷୀର ଉନ୍ନତି ପାଇଁ ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହେଲା ଗ୍ରାମସଭା

Sunil Chandra Nayak

Leave a Comment

error: Content is protected !!