ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ ଜିଲ୍ଲାସ୍ତରୀୟ କୃଷକ ଦିବସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଅକ୍ଷିମୁଠି ଶୁଭାରମ୍ଭ ଖରିଫ୍ ଋତୁ ପାଇଁ ସିଏମ୍-କିଷାନ ରାଶି ପ୍ରଦାନ

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ

ଜିଲ୍ଲାସ୍ତରୀୟ କୃଷକ ଦିବସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଅକ୍ଷିମୁଠି ଶୁଭାରମ୍ଭ
ଖରିଫ୍ ଋତୁ ପାଇଁ ସିଏମ୍-କିଷାନ ରାଶି ପ୍ରଦାନ

ରାୟଗଡ଼ା / ଗୁଣପୁର  // ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ଉତ୍ସବ ଗୁଣପୁରସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 

ମୁଖ୍ୟ ଅତିଥିଙ୍କ କର କମଳରେ ବୈଦିକ ରୀତିନୀତି ଅନୁଯାୟୀ ପୂଜକଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ, ଭୂମି ପୂଜନ, ଅକ୍ଷ ଧ୍ୟାନ ପୂଜନ, ହଳ ବଳଦ ପୂଜନ ତଥା ବିଭିନ୍ନ ଦେବାଦେବୀଙ୍କ ଆବାହନ ପୂର୍ବକ ଗୁଣୁପୁର ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମହା ଆଡ଼ମ୍ବର ପାଳିତ ହୋଇ ଯାଇଥିଲା l ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ମୁଣ୍ଡରେ ପାଗ ବାନ୍ଧି ଅକ୍ଷୀ ମୁଠି ଚାଷ ଜମିରେ ବୁଣିବା ସହ ପାରମ୍ପରିକ ନୀତି ଅନୁଯାୟୀ ହଳ ଲଙ୍ଗଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡ଼ା ଜ଼ିଲ୍ଲାପାଳ ଶ୍ରୀମତୀ ପାରୂଲ ପଟlୱରୀ ସମ୍ମାନିତ ଅତିଥି, ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ।     

କାର୍ଯ୍ୟକ୍ରମରେ ଚଳିତ ବର୍ଷର ସିଏମ କିଷାନର ପ୍ରଥମ ପ୍ରୋତ୍ସାହନ ରାଶି ଡିବିଟି ମାଧ୍ୟମରେ ପ୍ରଦାନ ପୂର୍ବକ ଏହାର ଶୁଭାରମ୍ଭ କରାଯାଇଛି l ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଛନ୍ତି ଯେ କୃଷକଟିଏ ତା ହୃଦୟରେ ଭକ୍ତି ଓ ନିଷ୍ଠା ସହକାରେ ଏହି ପର୍ବଟିକୁ ପାଳନ କରେ । ଆଜିର ଦିନରେ ଧାନ ବୁଣା କାର୍ଯ୍ୟ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନଟି ଶାସ୍ତ୍ରୀୟ ଏବଂ ପୌରାଣିକ ଉଭୟ ମତରେ ଏକ ପବିତ୍ର ତଥା ଧର୍ମୀୟ ଭାବନାର ଦିନ । ଶ୍ରୀଜଗନ୍ନାଥଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ବାର୍ଷିକ ରଥ ଗଢ଼ାକାମ ମଧ୍ୟ ଏହି ଅକ୍ଷୟ ତୃତୀୟା ଦିନରୁ ହିଁ ଅନୁକୂଳ ହୋଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହ ଆଜିର ପବିତ୍ର ଦିନଟିକୁ ରାଜ୍ୟ ସରକାର କୃଷକକୁ ସମର୍ପିତ କରିଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ସମୃଦ୍ଧ ଗ୍ରାମୀଣ ଜୀବନର ମୂଳ ଆଧାର ହେଉଛି କୃଷକଙ୍କ ସଶକ୍ତୀକରଣ । ଆଜି ସାରା ରାଜ୍ୟରେ କୃଷକ ଦିବସ ପାଳନ କରାଯାଉଛି । ଏହି ଦିବସ ଆମକୁ ଆମ ପରମ୍ପରା, ସଂସ୍କୃତି ସହ ଯୋଡ଼ି ରଖିବାରେ ସହାୟକ ହେବ । ସେହିପରି ଅନ୍ନଦାତାଙ୍କୁ ଅଧିକ ସଶକ୍ତ କରିବାକୁ ବଜେଟରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ କୃଷି ବଜେଟ ପୂର୍ବ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି । 

ସୂଚନାଯୋଗ୍ୟ, ଆଜିର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୨୦୨୫ ଖରିଫ୍ ଋତୁ ପାଇଁ ୧୦୨୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡ଼ିବିଟି ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ସିଏମ୍ କିଷାନ ଯୋଜନାରେ ଖରିଫ୍ ଋତୁ ପାଇଁ ରାୟଗଡ଼ା ଜିଲ୍ଲାର ୮୭,୨୨୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩,୫୧୬ ଜଣ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ରାୟଗଡ଼ା ଜିଲ୍ଲାରେ ମୋଟ୍ ୯୦,୭୩୯ ଜଣ ଚାଷୀ ଏଥିରେ ଲାଭବାନ୍ ହୋଇଛନ୍ତି । ସିଏମ୍ କିଷାନ ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଫସଲ ଋତୁ ଆରମ୍ଭରେ ୨୦୦୦ଟଙ୍କା ହିସାବରେ ବାର୍ଷିକ ୪୦୦୦ଟଙ୍କାର ଆର୍ଥିକ ସହାୟତା ଏବଂ ଭୂମିହୀନ କୃଷକ ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟ ଚାଷ ଓ ଉଦ୍ୟାନକୃଷି ଭଳି ଯେକୌଣସି ବୃତ୍ତି ଆପଣେଇବା ପାଇଁ ତିନୋଟି କିସ୍ତିରେ ସମୁଦାୟ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଉଅଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

masiha

Leave a Comment

error: Content is protected !!