ସିନାପାଲି ମହିମା ସାଧୁ ଆଶ୍ରମରେ ନବନିର୍ମିତ ଧୂନି ମନ୍ଦିର ପ୍ରତିଷ୍ଠା
ସାଧୁସନ୍ଥଙ୍କ ସମାଗମରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ, ପ୍ରବଚନରେ ଗୁଞ୍ଜରିତ ହେଲା ମହିମା ଧର୍ମର ମହିମା
ସିନାପାଲି, ୨୫/୧୧ (ଆଦ୍ୟାଶା): ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲିସ୍ଥିତ ମହିମା ସାଧୁ ଆଶ୍ରମ ପରିସରରେ ନବନିର୍ମିତ ଧୂନି ମନ୍ଦିର ପ୍ରତିଷ୍ଠା ସହ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ବହୁ ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଆଶ୍ରମ ପରିସର ଆଧ୍ୟାତ୍ମିକମୟ ହୋଇଉଠିଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ବଜରଙ୍ଗବଳୀ ହିରୋ ସୋରୁମ ନିକଟରେ ଆଗମନ କରିଥିବା ସାଧୁସନ୍ଥମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ପରେ ଏକ ଭବ୍ୟ କଳସ ଯାତ୍ରା ସହ ନଗର ପରିକ୍ରମା କରାଯାଇ ଆଶ୍ରମ ପରିସରରେ ପହଞ୍ଚିଥିଲା। ଏହାପରେ ମହିମା ଧର୍ମର ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁସାରେ ନବନିର୍ମିତ ଧୂନି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଆୟୋଜିତ ଯଜ୍ଞକାର୍ଯ୍ୟରେ ବ୍ରହ୍ମାବଧୂତ ସନ୍ତୋଷ ବାବା, ବ୍ରହ୍ମାବଧୂତ କିଶୋରଚନ୍ଦ୍ର ବାବା, ବ୍ରହ୍ମାବଧୂତ କପିଲେନ୍ଦ୍ର ବାବା, ବ୍ରହ୍ମାବଧୂତ ଗୁକୁଳାନନ୍ଦ ବାବା, ବ୍ରହ୍ମାବଧୂତ ସୌଭାଗ୍ୟ ବାବା, ବ୍ରହ୍ମାବଧୂତ ସଦାନନ୍ଦ ବାବା ଓ ବ୍ରହ୍ମାବଧୂତ ବ୍ରହ୍ମାନନ୍ଦ ବାବାଙ୍କ ସମେତ ମଧୁ ଦାସ, ଯୋଗାନନ୍ଦ ଦାସ, ବ୍ରହ୍ମାନନ୍ଦ ଦାସ, ରାମ ଦାସ, ଅନନ୍ତ ଦାସ, ଜୟକୃଷ୍ଣ ଦାସ, ଅଭିରାମ ଦାସ ଓ ଅଚ୍ୟୁତ ଦାସ ପ୍ରମୁଖ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।
ସନ୍ଧ୍ୟା ସମୟରେ ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ବିଶିଷ୍ଟ ପ୍ରବଚକ ବାବାମାନେ ମହିମା ଧର୍ମର ମହତ୍ତ୍ୱ, ଆଧ୍ୟାତ୍ମିକ ଚେତନା, ମାନବ ଜୀବନରେ ଧର୍ମର ଭୂମିକା ଓ ସତ୍ୟ ମାର୍ଗରେ ଚାଲିବାର ମହତ୍ତ୍ୱ ସମ୍ପର୍କରେ ପ୍ରବଚନ ଦେଇଥିଲେ। ଏହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବଧାରା ଓ ଧାର୍ମିକ ଚେତନା ସୃଷ୍ଟି କରିଥିଲା।
ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଦିନ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବା ପରେ ଉପସ୍ଥିତ ବହୁ ଶ୍ରଦ୍ଧାଳୁ ଅନ୍ନଭୋଗ ଗ୍ରହଣ କରିଥିଲେ। ଦୁଇଦିନ ଧରି ଆୟୋଜିତ ଏହି ଧାର୍ମିକ ଉତ୍ସବ ସାଧୁସନ୍ଥଙ୍କ ମିଳନ, ଭକ୍ତିଭାବ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଭୁ ତ୍ୟାଗୀ, ଭୀମ ତ୍ୟାଗୀ, ଦେବାଶିଷ ତ୍ୟାଗୀ, ଅନନ୍ତ ଭକ୍ତ, ସଚ୍ଚିଦାନନ୍ଦ ଭକ୍ତ, ଇନ୍ଦ୍ର ଭକ୍ତ, ଧନିଚର ଭକ୍ତ, ଯୁଗେଶ୍ୱର ଭକ୍ତ, ଜୟପାଳ ଭକ୍ତ, ମହେଶ୍ୱର ଭକ୍ତ, ଜାନକୀ ଶୈରେନ୍ଦ୍ରି, ଦେମତି, ପଦ୍ମାବତୀ ଭକ୍ତ ମାତା ଓ ରବୀନ୍ଦ୍ର ବାବା ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ପରିଚାଳନା କମିଟିର ସଭାପତି ମୁରଲୀଧର ସା, ଉପସଭାପତି ବିଦ୍ୟାଧର ସା, କୋଷାଧ୍ୟକ୍ଷ ପୁରୁଷୋତ୍ତମ ଭକ୍ତଙ୍କ ସମେତ ଗୌରହରୀ ଭକ୍ତ, ଯଶୋବନ୍ତ, ରିପୁଧର, ସନ୍ଥ ଚରଣ ଭକ୍ତ, ଭୁବନେଶ୍ୱର ଭକ୍ତ, ଚକ୍ରଧର ଭକ୍ତ, ଗିରିଶ ଭକ୍ତ, ରୁଦ୍ର ଭକ୍ତ, ଅଭିଜିତ ସା, ଲମ୍ବୋଦର ମେହେର, କୁମୁଦ ଭକ୍ତ, ପ୍ରଦୀପ ଜୈନ, ହୀରାଲାଲ ଅଗ୍ରୱାଲ, ବିଘ୍ନରାଜ ମେହେର, ସନ୍ତୋଷ ମେହେର, ଚିତ୍ତରଞ୍ଜନ ମେହେର, ବୁଦ୍ଧଦେବ ମେହେର, ସୁରଜ ମେହେର, ହରେକୃଷ୍ଣ ମେହେର, ହେତୁରାମ ସା, ଓମପ୍ରକାଶ ସା, ମକରଧ୍ୱଜ ସା, ରାହୁଲ ଗହୀର, କେଶବ ସା, ରୁପେଶ ସା, ମଣ୍ଟୁ ବାରିକ, ଦୁର୍ଜନ ସା, ଜିତେନ୍ଦ୍ର ସା ଓ ନୃପରାଜ ସାଙ୍କ ସମେତ ମା’ କର୍ମାଦେବୀ ୟୁଥ୍ କ୍ଲବ ଓ ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବର କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ।

