ରାଇରଙ୍ଗପୁର ରେ ଆକାଶବାଣୀ କାର୍ଯ୍ୟକ୍ଷମ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡୁ
ମୟୂରଭଞ୍ଜ – ୨୯/୦୫ — ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଜାତଳା ବ୍ଲକ ଅଧୀନସ୍ଥ ଖନ୍ତ ପଂଚାୟତ ଅସନବଣିଠାରେ ଆକାଶବାଣୀ କେନ୍ଦ୍ର (ଆକାଶବାଣୀ ରାଇରଙ୍ଗପୁର )୨୦୧୬ ଜାନୁଆରୀ ୧୦ ତାରିଖରେ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ତତ୍କାଳୀନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଉଦଘାଟିତ ହେଇଥିଲା lସେଦିନର ଉଦଘାଟନୀ ଉତ୍ସବରେ ତତ୍କାଳୀନ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ସାରସକଣା ବିଧାୟକ ଭାଦୋବ ହାଁସଦା, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ l ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ସହର ସମେତ ରାଇରଙ୍ଗପୁର, ବିଶୋଇ, ବହଳଦା, ବିଜାତଳା, କୁସୁମୀ, ତିରିଂ, ଜାମଦl ବ୍ଲକ ଅଞ୍ଚଳର ଜନସାଧାରଣ ବେଶ ଖୁସି ହୋଇଥିଲେ l ଏମିତିକି କଳା, ସଂସ୍କୃତି, ପରମ୍ପରା ସହିତ ଗୀତସଙ୍ଗୀତର ପ୍ରଚାର ଓ ପ୍ରସାର ହେବ ବୋଲି ଆଶା କରାଯାଉଥିଲା l ଆକାଶବାଣୀ ଏକ ଶ୍ରବଣର ମାଧ୍ୟମ ଏବଂଏହା ଅଶ୍ଳିଳ ସଂଗୀତକୁ ଆଦୌ ପ୍ରସୟ ଦେଇ ନଥାଏ।ଟିଭି, ମୋବାଇଲ ବ୍ୟବହାର ପୂର୍ବରୁ ରେଡ଼ିଓ ମାଧ୍ୟମରେ ଶିଶୁ ଠାରୁ ପ୍ରୌଢ ପର୍ଯ୍ୟନ୍ତ ସମସ୍ତେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବା ପାଇଁ ଶ୍ରୋତା ମାନେ ବିଭର ହୋଇ ଉଠୁଥିଲେ।ଏଥିପାଇଁ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମକୁ ରେଡ଼ିଓ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉ ଥିଲା।ମାତ୍ର ଏବେ ଯୁଗ ବଦଳିଛି ।ମୋବାଇଲରେ ମଧ୍ୟ ଆକାଶବାଣୀର କାର୍ଯ୍ୟକ୍ରମକୁ ଶ୍ରୋତା ମାନେ ଶୁଣିବାକୁ ସକ୍ଷମ ହୋଇଛନ୍ତି।ଯଦିଓ ଏବେ ରେଡ଼ିଓର ସ୍ଥାନରେ ମୋବାଇଲ ଏବଂ ଟିଭି ନେଇ ସାରିଛନ୍ତି।ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆକାଶବାଣୀ ଜରିଆରେ ପ୍ରତି ରବିବାର ପ୍ରସାରିତ ହୋଇ ଆସୁଥିବା “ମନକୀ ବାତ୍” ଵହୁତ ଲୋକପ୍ରିୟ ହୋଇ ପାରିଛି।ଏଠାରେ ଆକାଶବାଣୀ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ଥିଲେ ସେଥିରେ ସରକାରୀ ଅଧିକାରୀ,କର୍ମଚାରୀ, କେନ୍ଦ୍ର ନିର୍ଦ୍ଧେଶକ,କେନ୍ଦ୍ର ଯୁଗ୍ମ ନିର୍ଦ୍ଦେଶକ,କାର୍ଯ୍ୟକ୍ରମ ନିଷ୍ପାଦକ,ବୈଷୟିକ ଯନ୍ତ୍ରୀ,ସ୍ଥାୟି ଉଧଘୋସକ,ଲାଇବ୍ରେରୀୟାନ ନିଯୁକ୍ତି ହୋଇ ଥାନ୍ତେ।ଏହା ବ୍ୟତୀତ ଭାବେ କାର୍ଯ୍ୟକ୍ରମ ଉପସ୍ଥାପକ, ଉଦଘୋଷକଙ୍କ ସମେତ ବିଭିନ୍ନ ଗୀତ ସଂଗୀତପରିବେଷଣ ନିମନ୍ତେ ବହୁ କଳାକାରଙ୍କୁ ସୁବିଧା ସୁଯୋଗ ମିଳି ପାରିଥାନ୍ତା।ଏହା ଦ୍ବାରା କଳାକାର ମାନେ ନିଜର ପ୍ରତିଭା ପ୍ରତିପାଦନ କରିବା ସହ ପାରିଶ୍ରମିକ ପାଇ ପାରନ୍ତେ।ହଜି ଯାଉଥିବା ଲୋକକଳା ଓ ଲୋକଗୀତକୁ ଭାରତ ସରକାରଙ୍କ ଆକାଶବାଣୀ ମାଧ୍ୟମରେ ପ୍ରଚାର ପ୍ରସାର କରାଇବାର ସୁବିଧା ସୁଯୋଗ ସୃଷ୍ଟି ହୋଇ ପାରନ୍ତା।ବର୍ତମାନ ମୟୁରଭଞ୍ଜ ଜିଲ୍ଲାର ସାଂସଦ ଶ୍ରୀ ନବଚରଣ ମାଝୀ ାଇରଙ୍ଗପୁର ଅଞ୍ଚଳର l ଏଣୁ ଆକାଶବାଣୀ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ତଥା ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ବାସୀ ବହୁ ଆଶା ରଖିଛନ୍ତି ।କେବଳ ଏତିକି ନୁହେଁ ଉକ୍ତ ଆକାଶବାଣୀ କେନ୍ଦ୍ରର ପ୍ରସାରଣ ପରିଧି ଅଂଚଳରୁ ତିନି ଜଣ ବିଧାୟକ ଯଥା ରାଇରଙ୍ଗପୁର ବିଧାୟକ ଜଲେନ ନାୟକ , ସାରସକଣା ବିଧାୟକ ଭାଦବ ହାଁସଦା ଓ ଯଶୀପୁର ବିଧାୟକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସେମାନେ ଏ ବିଷୟରେ ଧ୍ୟାନ ଆକର୍ଷଣ କରିବା ପାଇଁ ଜନସାଧାରଣ ଦାବୀ ରଖିଛନ୍ତି ।ବର୍ତ୍ତମାନ ଉକ୍ତ କେନ୍ଦ୍ରର ନିଜସ୍ୱ କାର୍ଯ୍ୟକ୍ରମ ପ୍ରସାରଣ ନଥିବା ବେଳେ କେବଳ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମକୁ ଅନୁପ୍ରସାରଣ କରି ଚାଲିଛି।ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରଥମ କରି ରାଇରଙ୍ଗପୁର ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ଆକାଶବାଣୀ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ଦିଗରେ ସାଂସଦ ତଥା ତିନି ବିଧାୟକ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ କରୁଛନ୍ତି।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

