ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ରଜ ରାଜକୁମାରୀ ସିଜିନ ୪ ର ଗ୍ରାଣ୍ଡ ଫିନାଲେ ଆସନ୍ତା ୧୭ ରେ….

ଗରିମା ପରିବାରର ରଜ ରାଜକୁମାରୀ ସିଜିନ ୪ ର ଗ୍ରାଣ୍ଡ ଫିନାଲେ ଆସନ୍ତା ୧୭ ରେ….

ରାଉରକେଲା: ଗରିମା ପରିବାର ତରଫରୁ ରଜ ରାଜକୁମାରୀ ସିଜିନ ୪ ଆସନ୍ତା ଜୁନ ମାସ ୧୭ ତାରିଖ ଦିନ ଗ୍ରାଣ୍ଡ ଫିନାଲେ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଅନୁଷ୍ଠାନ ତରଫରୁ ସେକ୍ଟର ୨ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ ଏଥିପାଇଁ ଆସନ୍ତା ଜୁନ ୭ ତାରିଖ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ରଜ ରାଜକୁମାରୀ ସିଜିନ ୪ ର ଅଡିସନ ସହ ରଜ ସଜବାଜ,ପୋଡ ପିଠା ଓ ପୁଚିଖେଳ ଆଦି ପ୍ରତିଯୋଗିତା ର ଅଡିସନ କରାଯିବ। ରଜ ରାଜକୁମାରୀ ପ୍ରତିଯୋଗୀ ମାନଙ୍କ ବୟସ ୧୩ ବର୍ଷରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ଏହି କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଇପ୍ସିତା ଅତିଥି ତଥା ବିଚାରକ ଭାବେ ଯୋଗଦେବେ । ଏହି ପ୍ରତିଯୋଗିତା ଗୁଡିକରେ ଶ୍ରେଷ୍ଠ କୃତି ୩ ପ୍ରତିଯୋଗୀ ଙ୍କୁ ୧୭ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ନଗଦ ଅର୍ଥ ସହ ପୁରସ୍କାର ପ୍ରଦାନ କରାଯିବ। ଏହାସହ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୋବାଇଲ ନମ୍ବର ୯୪୩୮୫୦୩୪୯୯/ ୭୮୪୭୦୪୫୪୦୪/ ୯୪୩୭୨୨୦୮୮୬/୯୭୭୮୫୮୩୮୮୪/୯୪୩୯୧୩୦୨୮୨ ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୧୭ ତାରିଖ ଦିନ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଯୋଗଦେବେ। ଓଡ଼ିଆ ସଂସ୍କୃତି, ପରମ୍ପରା କୁ ଲୋକାଭିମୁଖୀ କରିବା ପାଇଁ ଗରିମା ପରିବାରର ଏଭଳି ପ୍ରୟାସ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ, ଉପାଧ୍ୟକ୍ଷା ପ୍ରଣତୀ ଜେନା, ସଭାପତି ମମତା ନାଏକ, ଉପସଭାପତି ରେବତୀ ବାରିକ, ସାଧାରଣ ସମ୍ପାଦିକା ଶର୍ମିଲା ରାଜଗୁରୁ, ସମ୍ପାଦିକା ଡ ସରିତା ମଲ୍ଲ, କୋଷାଧ୍ୟକ୍ଷ ଶଙ୍କରିନା ପ୍ରଧାନ, ସହ କୋଷାଧ୍ୟକ୍ଷ ସନ୍ତୋଷୀ ମଲ୍ଲିକ, କାର୍ଯ୍ୟକ୍ରମର ଆବାହକ ସିଲି ମହାନ୍ତି ଓ ସହ ଆବାହିକା ଶାନ୍ତିଲତା ବାରିକ ଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୃନ୍ଦାବାହାଲ ଶିଶୁମନ୍ଦିର ରେ ରାଜ୍ୟ ସରକାରଙ୍କ ଟାଲଟୁଲ ନୀତି କୁ ନେଇ ଗୋଲାମୁଣ୍ଡା ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ର ବୈଠକ

Sunil Chandra Nayak

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

Leave a Comment

error: Content is protected !!