ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅହଲ୍ୟାବାଇ ହୋଲକରଙ୍କ ୩00 ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଅହଲ୍ୟାବାଇ ହୋଲକରଙ୍କ ୩00 ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା: ପୁଣ୍ୟଶ୍ଲୋକା ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା, ରାଉରକେଲାର ଚ୍ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵିଦ୍ୟାଳୟର ସମ୍ମିଳନ କକ୍ଷରେ ଜିଲ୍ଲା ସ୍ତରୀୟ ଟୋଲି ସଂଯୋଜକ ସରୋଜ ଦାସଙ୍କ ସଂଯୋଜନା ଓ ରାଜ୍ୟ ସ୍ତରୀୟ ଟୋଳି ସଦସ୍ୟା ଲତିକା ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ତାଙ୍କ ସ୍ଵାଗତ ଓ ପ୍ରାରମ୍ଭିକ ଭାଷଣରେ ଆଜିର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଅହଲ୍ୟା ବାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଅହଲ୍ୟା ବାଇଙ୍କ ତ୍ୟାଗ, ହିନ୍ଦୁ ସଂସ୍କୃତି, ବୈଦିକ ରୀତି ପ୍ରତି ତାଙ୍କ ଅବଦାନ, ସରାଳତା, ଚରିତ୍ରବତ୍ତା, ଧର୍ମ ନିଷ୍ଠା ଏବଂ ରାଷ୍ଟ୍ରୀୟ ସ୍ୱାଭିମାନ ଓ ନାରୀ ମାନଙ୍କ ସଶକ୍ତି କରଣ ଆଦି ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ତଥା ରାଷ୍ଟ୍ରୀୟ ସ୍ଵୟ ସେବକ ସଂଘ, ପଶ୍ଚିମ ପ୍ରାନ୍ତର ସରସଂଚାଳକ ଡ ସନାତନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ମହାରାଣୀ ଅହଲ୍ୟା ବାଇ ଅଷ୍ଟାଦଶ ଶତାବ୍ଦୀରେ ସେ ଏକ ମାତ୍ର ଶାସିକା ଥିଲେ , ଯାହାକୁ ପ୍ରଜାମାନେ ଦେବୀ ସ୍ୱରୂପା ସ୍ବୀକାର କରୁଥିଲେ । ସେ ପିଲା ଦିନୁ ଶିବଙ୍କର ଉପାସକ ଥିଲେ । ତାଙ୍କୁ ଲୋକମାତା କୁହାଯାଉଥିଲା। ସେ ସମଗ୍ର ଦେଶରେ ଏକ ଶହରୁ ଊର୍ଦ୍ଧ୍ବ ବିଶାଳ ମନ୍ଦିର ଗୁଡ଼ିକର ପୁନରୁଦ୍ଧାର କରି ସେ ପୁଣ୍ୟଶ୍ଲୋକା ରୂପେ ଖ୍ୟାତି ଅର୍ଜନ କରିଥିଲେ । ସେ ବିଶେଷ କରି ପାଠଶାଳା, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ସେ ସତୀପ୍ରଥା କୁ ଉଛେଦ କରି ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ । ୧୭୫୪ ମସିହାରେ ପତି ଖଣ୍ଡେ ରାଓଙ୍କର ରାଜସ୍ଥାନର କୁମ୍ଭେରୀ ଯୁଦ୍ଧରେ ମୃତ୍ୟୁ ପରେ ପରେ ଶଶୁର ମହ୍ଲାର ରାଓଙ୍କ ର ଦେହାନ୍ତ, ୨୨ ବର୍ଷରେ ପୁତ୍ର ମାଲେ ରାଓ ଙ୍କ ଦେହାନ୍ତ ଅହଲ୍ୟା ବାଇ ଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲେ ମଧ୍ୟ, ଦୃଢ଼ ମନା ମହାରାଣୀ ଏହାର ଠିକ୍ ପରେ ପରେ ସମସ୍ତ କଷ୍ଟକୁ ନିଜ ଭିତରେ ଚାପି ରଖି ନିରନ୍ତର ଭାବେ ୨୮ ବର୍ଷ ସଫଳତାର ସହ ରାଜ୍ୟ ଶାସନ କରିଥିଲେ। ସେ ହୃଦୟରେ ଯେତିକି କୋମଳ ଥିଲେ ଶାସନରେ ସେତିକି କଠୋର ଥିଲେ । ସେ ଜନ କଲ୍ୟାଣ ସହିତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ଦୃଢ଼ ପ୍ରୟାସି ଥିଲେ । ଭାରତ ଇତିହାସରେ ନିଜର ରାଜନୀତି ଓ ରଣନୀତିର ଉତ୍ତମ ଭାବେ ପରିପ୍ରକାଶ ଓ ପ୍ରତିପାଦନ କରି ସେ ପ୍ରକୃତରେ ରାଷ୍ଟ୍ରମାତା ର ପଦବୀ ଧାରଣ କରିଛନ୍ତି। ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଓ ପୂର୍ବତନ ବିଧାୟିକା ପାର୍ଥି ସେବତୀ ନାୟକ ରାଜମାତା ଅହଲ୍ୟା ବାଇଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାପ୍ରଭୁ ଶିବଙ୍କ ବନ୍ଦନା ଓ ଭାରତ ମାତାଙ୍କ ବନ୍ଦନାକୁ ସଙ୍ଗୀତ ଓ ନୃତ୍ୟ ସହିତ ପରିବେଷଣ କରି ଥିଲେ ଆୟୁଷି ପଣ୍ଡା । ସାଧନା ଗୃପ ତରଫରୁ ସମ୍ବଲପୁରୀ, ଶାଢ଼ୀ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜମାତା ଅହଲ୍ୟା ବାଇଙ୍କ ଉପରେ ଆଧାରିତ ଐତିହାସିକ ରାଜ ଦରବାର ନାଟକର ରଚନା ଓ ସଂଳାପ କରିଥିଲେ ସହକାରୀ ଅଧ୍ୟାପିକା ଶାନ୍ତି ଲତା ବେହେରା , ନିର୍ଦ୍ଦେଶନା ଓ ମଞ୍ଚ ପରିଚାଳନା ଡ ସାମନ୍ତ କୁମାର ସାହୁ କରିଥିଲା ବେଳେ, ଓଡ଼ିଶା ମାତୃଶକ୍ତି ମିଶନର କଳାକାର ମାନେ ନାଟକ ମଞ୍ଚସ୍ଥ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ଶଶାଙ୍କ ଶେଖର ଜେନା, ମନୋରଞ୍ଜନ ମୁନି, ନମ୍ରତା ବାଗ, ଶ୍ରୀକାନ୍ତ ପାଢ଼ୀ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସଂଗଠନ, ସାମାଜିକ ସଂଗଠନ , ରାଜ୍ୟ , ଜିଲ୍ଲା, ମଣ୍ଡଳ ସ୍ତରୀୟ ନେତ୍ରୁ ବୃନ୍ଦ ଓ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ 

Related posts

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

masiha

ଭାରତ ଲୀଳା ମହୋତ୍ସବ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ

masiha

ବିଶ୍ୱ ଓଡ଼ିଆ ଭାଷା ଉଦଘାଟନ ହୋଇ ଯାଇଛି 

masiha

Leave a Comment

error: Content is protected !!