ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

ରାୟଗଡା :- ରାୟଗଡ ଜିଲ୍ଲାର ବିଭିନ୍ନ ବର୍ଗର ଶିକ୍ଷକ ମାନେ ଆଗାମୀ ଦିନରେ ହେବାକୁ ଥିବା ଶିକ୍ଷକଙ୍କ ପଦୋନ୍ନତି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇ ସରକାରଙ୍କ ଦ୍ଵାରା ପ୍ରକାଶିତ ପତ୍ର ସମ୍ପର୍କରେ ଆଲୋଚନା କରିଥିଲେ ।

ଆଲୋଚନାରେ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା 5754 ତା 8.3.2019 ର 8 ମ ( ଖ)-2 ରେ ଉଲ୍ଲେଖ ଥିବା ନିୟମାବଳୀ ଓ ପ୍ରାଥମିକ ଶିଖ୍ୟା ନିର୍ଦେଶକ ଙ୍କ ପତ୍ର ସଂଖ୍ୟା 7608 ତା 5.4.23 ରେ ଉଲ୍ଲେଖ ଥିବା ନିୟମାବଳୀ ଗୁଡିକ ଯେପରି ସଠିକ ଭାବରେ ଅବଲମ୍ବନ କରି ଜିଲ୍ଲା ରେ ପଦୋନ୍ନତି ପାଇବାକୁ ଥିବା ବିଭିନ୍ନ ବର୍ଗର ଶିକ୍ଷକଙ୍କ ଭବିଷ୍ୟତ କୁ ନଜରରେ ରଖି ପଦନ୍ନୋତି ତାଲିକା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଆଶ୍ୱସନା ବ୍ୟକ୍ତ କରିଥିଲେ ।ଏହି ସମୟରେ ଶିକ୍ଷକ ଅଜିତ ଚୌଧୁରୀ, ଶିବ ରାମ ମିଶ୍ର, ସୁବାଷ ପାଳ,ମନୋରଞ୍ଜନ ମିଶ୍ର, ଗୋପାଳ ନାୟକ, ଦୁର୍ଗା ସନ୍ୟାସୀ ବେହେରା ଓ ନରେଶ ସିଂ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!