ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଶିଶୁକନ୍ୟା ଦିବସ ନେଇ ସଚେତନତା କଲେ ଛାତ୍ରୀ କର୍ମଚାରୀ

କୋକସରା,୨୫/୧- ଜାନୁୟାରୀ ୨୪ ତାରିଖକୁ ଜାତୀୟ ଶିଶୁକନ୍ୟା ଦିବସ ଭାବେ ପାଳନ କରାଯାଉଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ବ୍ଲକ ସଦର ମହୁକୁମାରେ ଲୋକଙ୍କୁ ଶିଶୁକନ୍ୟା ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ ଜବାହାର ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟ ସ୍କୁଲ ଛାତ୍ରୀ , ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା, ଅଙ୍ଗନବାଡି କର୍ମି, ଆଶା କର୍ମି, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ମହିଳା କର୍ମଚାରୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ସ୍ଥାନୀୟ ପୋଲିସ ପ୍ରଶାସନ, ବ୍ଲକ କର୍ମଚାରୀଙ୍କୁ ନେଇ ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ନେଇ ଶିଶୁକନ୍ୟାକୁ ପୋଷଣ ରୋକିବା ଭ୍ରୁଣହତ୍ୟା ରୋକିବା ଓ ପ୍ରତିଟି ଶିଶୁକନ୍ୟାଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବାଭଲି ସଚେତନତା ବାର୍ତ୍ତାକୁ ନେଇ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କୋକସରା ସହର ପରିକ୍ରମା କରିବା ସହ ବେଟି ବଚାଓ, ବେଟି ପଢ଼ାଓ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। ପରେ ବ୍ଲକ ସଭାଗୃହରେ ଏକ ବୈଠକରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼.ରଜତ ସୌମ୍ୟ ଅନୁରାଗ, ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ସମିତି ସଭ୍ୟ ଘନଶ୍ୟାମ ନାଏକ, ଗଜାନନ ନିଆଲ, ଗୁପ୍ତେଶ୍ୱର ବାଗ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ପିଇଟି ଅମିତ ମହାନ୍ତି ଉପସ୍ଥିତ ରହି ଶିଶୁକନ୍ୟା ଦିବସରେ ଶିଶୁକନ୍ୟାର ଯତ୍ନ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅଵସରରେ ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବ୍ଲକରୁ ରାଜ୍ୟ ସ୍ତରକୁ ଯୋଗରେ ସ୍ଥାନ ପାଇଥିବା ଛାତ୍ରୀ ପ୍ରୀତି ରାଉତଙ୍କ ସମେତ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ଆଶା କର୍ମି, ଅଙ୍ଗନବାଡି କର୍ମି ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଲିତ ଭାବେ ମାନପତ୍ର ସହ ସମ୍ମାନିତ କରାଯାଇଛି। ଶେଷରେ ବିଏସ ଏସ ଓ ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

masiha

Leave a Comment

error: Content is protected !!