ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟର ବିଶ୍ବ ଖାଦ୍ୟ ଦିବସ ପାଳନ

ଆଇନ ମହାବିଦ୍ୟାଳୟର ବିଶ୍ବ ଖାଦ୍ୟ ଦିବସ ପାଳନ

ରାଉରକେଲା: “ବିଶ୍ୱ ଖାଦ୍ୟ ଦିବସ ” ପ୍ରଥମ ଥର ୧୯୮୧ମସିହା ଅକ୍ଟୋବର ୧୬ତାରିଖ ରେ ପାଳିତ ହୋଇଥିଲା l ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋକ ଓ ଅପପୃଷ୍ଟି ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ କିପରି ସଚେତନତା ଵୃଦ୍ଧି କରିବା l ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବିଷୟବସ୍ତୁ “ସୁସ୍ଥ ସମାଜ ସୁଖୀ ସମାଜ” l ଏହି ଦିବସ ଉପଲକ୍ଷେ ରାଉରକେଲା ଆଇନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତlରେ ଓ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ,ରାଉରକେଲାର ମୁଖ୍ୟ ସରକାରୀ ଚିକିତ୍ସାଳୟ ର ରୋଗୀମାନଙ୍କୁ ପାଞ୍ଚଶହ ପ୍ୟାକେଟ ଫଳ ଓ “ହ୍ୟୁମାନୀଟି ଫାଉଣ୍ଡେସନ ସେଣ୍ଟର”, ଜଗଦା ଠାରେ ଥିବା ଅନାଥ ଆଶ୍ରମ ଓ ଟିମ୍ବର କଲୋନୀ ଠାରେ ଥିବା “ଶାନ୍ତି ଭବନ”ରେ ମହାବିଦ୍ୟାଳୟ ତରଫରୁ ଏକ ଫଳବିତରଣ କାର୍ଯ୍ୟକ୍ରମ ହୋଇଥିଲା l ପ୍ରାୟ ପାଞ୍ଚଶହ ରୋଗୀମାନଙ୍କୁ ଫଳ ବିତରଣ କରାଯାଇଥିଲା l ଏଥିରେ ମହାବିଦ୍ୟାଳୟର ଅଧକ୍ଷା, ପରିଚାଳନା କମିଟି ସଦସ୍ୟା ଛବି ଚକ୍ରବର୍ତ୍ତୀ, ଇଞ୍ଜିନିୟର ହରଦୀପ ସିଂ, ବରିଷ୍ଠ ଆଇନଜୀବୀ ଗିରିଶଚନ୍ଦ୍ର ମହାପାତ୍ର, ପୁରାତନ ପରିଚାଳନା କମିଟିର ସଦସ୍ୟା ଛବି ମହାନ୍ତି, ପ୍ରଶାନ୍ତ ସେଠି, ପୁରାତନ ଛାତ୍ର ସୁନୀଲ କାଏଲ, ଲାଇବ୍ରେରୀଆନ ଲକ୍ଷ୍ମୀପ୍ରିୟା ସାହୁ, ହୃଦୟ ରଞ୍ଜନ ମହାନ୍ତି ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାହୁଲ, ଧରିତ୍ରୀ,ମହେଶ୍ୱିନୀ, ସାଧନା ରାଣୀ, ହେମନ୍ତ, ସିମରନ, ପ୍ରିୟଙ୍କା, ମଧୁସ୍ମିତା, ଅଜିତ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ଫଳ ବିତରଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ଫ୍ରି ବାର୍ଡ ଫିଟନେସ କ୍ଲବ ପକ୍ଷରୁ କ୍ରିଡା ଦିବସ ପାଳିତ

Sunil Chandra Nayak

୪୨ ମୌଜା ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!