ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

ବାଲେଶ୍ଵର,୦୮/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ସ୍ଥିତ ମା ଚଣ୍ଡୀ ଠାକୁରାଣୀଙ୍କ ଐତିହାସିକ ପୀଠରେ ଥିବା ପଞ୍ଚ ମହାଦେବ ଯଥା- ସିନ୍ଧୁକେଶ୍ବର, ଗଙ୍ଗେଶ୍ବର, ବାମନେଶ୍ବର, ଯୋଗେଶ୍ବର ଓ ଖଗେଶ୍ବର ମହାଦେଵ ବାଵାଙ୍କ ଠାରେ ପରମ୍ପରା ଅନୁଯାୟୀ ମହାଶିବରାତ୍ରି ତଥା ଜଗର ପାଳିତ ହୋଇଛି । ଏ ପଞ୍ଚ ମହାଦେବ ବ୍ରିଟିଶ ଅମଳରୁ ସ୍ଥାପିତ । ଯାହାକି ଦେବୋତ୍ତର ଏଣ୍ଡାମେଣ୍ଡ ତରଫରୁ ଟ୍ରଷ୍ଟବୋର୍ଡ ଅଧିନରେ ସେବା ପୂଜା ହୋଇ ଆସୁଅଛି । ଟ୍ରଷ୍ଟବୋର୍ଡ ପକ୍ଷରୁ ପଣ୍ଡିତ ବେଣୁଧର ତିଆଡି, ପଣ୍ଡିତ ତ୍ରୈଲୋକ୍ଯ ତିଆଡି, ପଣ୍ଡିତ ଉମାକାନ୍ତ ପଣ୍ଡା ପୂଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ମନ୍ଦିରକୁ ବିଭିନ୍ନ ଆଡୁ ବହୁ ଭକ୍ତ ଆସିଥାନ୍ତି । ଶହ ଶହ ଭକ୍ତମାନେ ମହାଦୀପ ଉଠିବା ପର୍ଯ୍ୟନ୍ତ ରହିଥାନ୍ତି । ଭଜନ କୀର୍ତ୍ତନରେ ଚଳଚଞ୍ଚଳ ହୋଇ ଉଠିଛି । ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ହୋଇଥାଏ । ଗଜେନ୍ଦ୍ର ପଣ୍ଡା ମହାଦୀପ ଉଠାଇ ଥିଲେ । ତାଙ୍କୁ ସହଯୋଗ କରିଥିଲେ ସଭ୍ଯ ସୁଶାନ୍ତ ମହାପାତ୍ର, ଜ୍ଯୋତି ଶଙ୍କର ଦାସ, ସମ୍ବୁନାଥ ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାସ ଓ ଗ୍ରାମବାସୀ ମାନେ । ମେନେଜିଙ୍ଗ୍ ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡ଼କ୍ଟର ମନୋଜ କୁମାର ବିଶ୍ୱାଳ ନିଟ  (NIT) ରାଉରକେଲା ରୁ ପାଇଲେ ପି ଏଚ୍ ଡି

Sunil Chandra Nayak

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ 

ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

Leave a Comment

error: Content is protected !!