ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରୁ ତାଲା ଭାଙ୍ଗି ଚୋରି

ଘରୁ ତାଲା ଭାଙ୍ଗି ଚୋରି

ପାପଡାହାଣ୍ଡି 8/3, ମନିସ — ନବରଙ୍ଗପୁର ଜିଲ୍ଲା ମଇଦଲପୁର ଥାନା ସଦର ହାଟପଦାରେ ବିଳମ୍ବିତ ରାତ୍ରରେ ଚୋରି ହୋଇଛି | ସାହିରେ ବାସ କରୁଥିବା ରଜନୀକାନ୍ତ ପଟେଲଙ୍କ ଘର କବାଟ ତାଲାଭାଙ୍ଗି ଏକ ଏଲ ଇ ଡି tv, ଆଲମାରୀ ତାଲାକାଡି 40ହଜାର ନଗଦ ଟଙ୍କା ଓ ସୁନା ଏକ ତୁଳା ଚୋରି କରି ନେଇଛନ୍ତି l ଘଟଣା କୁ ନେଇ ଶୁକ୍ରବାର ସକାଳ 10ଟା ରେ ମଇଦଲପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ରଜନୀକାନ୍ତ ପଟେଲ, ଏତଲା ପାଇ ମଇଦଲ ପୁର ଥାନା ଅଧିକାରୀ ଯୁଗେଶ୍ୱର ଦଣ୍ଡସେନା କେସ ନମ୍ବର 49/24ରେ ଏକ ମାମଲା ରୁଜୁକରି ଫୋରେନସିକ ଟିମ, ସନ୍ଧାନୀ କୁକୁର ପହଂଚି ଯାଞ୍ଚ ଆରମ୍ଭ କରିଥିଲେ | ସୂଚନା ଥାଉକି ରଜନୀ ଙ୍କ ପରିବାର ନିକଟସ୍ତ ଗାଁ ଆମଡାପଦର ଗ୍ରାମରେ ଯାତ୍ରା ଉପଲକ୍ଷେ ନିଜର ଦୋକାନ ସେଠାରେ ଥିଲେ | ଘରେ କେବଳ ତାଙ୍କ ମା ହି ଥିଲେ | ସକାଳୁ ଚୋରି ହେବା ଦେଖି ରଜନୀଙ୍କୁ ଜଣାଇବା ପରେ ସେ ଆସି ଏତଲା ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

masiha

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

Sunil Chandra Nayak

Leave a Comment

error: Content is protected !!