ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣା ୧୫ ଘଣ୍ଟା ପରେ ମଧ୍ୟ ଟେର ପାଉନି ପୁଲିସ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣା

୧୫ ଘଣ୍ଟା ପରେ ମଧ୍ୟ ଟେର ପାଉନି ପୁଲିସ

ଜୁନାଗଡ଼,୨/୧୦(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ଗତକାଲି କୌଣସି ଦୁର୍ବୁତ୍ତ ମାନେ୩ ଜଣଙ୍କୁ ହତ୍ୟା କରି ଫେରରା ହୋଇଯାଇଛନ୍ତି ।

ଘଟଣାଘଟି ୧୫ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୁଲିସ ଏପର୍ଯ୍ୟନ୍ତ କୋୖଣସି ସୁରାକ ପାଇଁ ନାହିଁ କିମ୍ବା କାହାକୁ ଗିରଫ କରିନାହିଁ । ଗତକାଲି ରାତିରେ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କଲା ପରେ ପୁଲିସ ୩ଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି । କିନ୍ତୁ ୧୫ ଘଣ୍ଟା ପରେ ମଧ୍ୟ ପୁଲିସ ହାତରେ କୌଣସି ସୁରାକ ମିଳି ନାହିଁ । ଶଙ୍କରପଲା ଗ୍ରାମର ରାଏମତି ମାଝୀ ତାଙ୍କ ଦୁଇବର୍ଷ ର ପୁଅ ଶିବଶକ୍ତି ମାଝୀକୁ ଅନ୍ୟ ଲୋକଙ୍କ ବିଲକୁ କାମ କରିବାକି ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଦୁର୍ବୁତ୍ତମାନେ ମାଁ ଓ ପୁଅକୁ ଗଳାକାଟି କାଟି ନୃଶଂସ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ । ସେହିଭଳି ବିଜରାଦର ଗ୍ରାମରୁ ଆସି ଶଙ୍କରପଲା ଗ୍ରାମରେ ରହୁଥିବା ବୃଦ୍ଧ ମହେନ୍ଦ୍ର କୁମାରଙ୍କୁ ମଧ୍ୟ ଗଲାକଟି ହତ୍ୟା କରାଯାଇଛି । ମୃତ ରାଏମତିଙ୍କ ସ୍ୱାମୀ ବ୍ରଜ ମାଝୀ ଗତ ୧୦ ବର୍ଷ ତଳେ ଜମିବାଡ଼ିକୁ କେନ୍ଦ୍ର କରି ନିଜ ଖୁଡିଙ୍କୁ ହତ୍ୟା କରିବା ଯୋଗୁଁ ଜେଲରେ ଅଛନ୍ତି । ମାଁ, ପୁଅ ଓ ଜଣେ ବୃଦ୍ଧଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ଓ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅନ୍ୟ ପକ୍ଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ । 

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳଙ୍କୁ ଲହୁ ଲୁହାଣ ଘଟଣାରେ -ବାଲି ମାଫିଆ ପିଣ୍ଟୁଆ ଗିରଫ

Sunil Chandra Nayak

ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Sunil Chandra Nayak

Leave a Comment

error: Content is protected !!