ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁର୍ଲା ହଜାରୀପଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କୁସୁର୍ଲା ହଜାରୀପଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା ରେ ୩.୦ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର କେତେକ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ଶ୍ରୀ ସନତ କୁମାର ସାହୁ, ସମାଜସେବୀ ତ୍ରିଲୋଚନ ସାହୁ, ଧର୍ମ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଡୋଲମଣୀ ସାହୁ, ହେମନ୍ତ ସାହୁ, ନୀଳକଣ୍ଠେଶ୍ଵର ସାହୁ, ରାମରାଜ ସାହୁ, ଭୀଷ୍ମ ସାହୁ, ରତ୍ନା ସାହୁ, ଟେଭା ସାହୁ, ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ଗୋଟିଏ ଘଣ୍ଟା ଶ୍ରମଦାନ କରି ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗାଁ ରାସ୍ତା ସଫେଇ, ନଳକୂପ ବିଶୋଧନ କରାଯାଇଥିଲା l ସେହିପରି କୁଶୁର୍ଲା ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଶ୍ରାବଣୀ ସାହୁ ଉପସ୍ଥିତ ଥିବାବେଳେ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ l ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ଚାର୍ଟର ନାଇଟ୍ ଓ ଅଧିଷ୍ଠାନ ସମାରୋହ 

Sunil Chandra Nayak

ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!