ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀର ଆୟୋଜନ 

ନବରଙ୍ଗପୁର—–(ମସିହା) ନବରଙ୍ଗପୁର ଜିଲ୍ଲା ମାରୱାଡ଼ି ସମାଜ ପକ୍ଷ ରୁ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ର ଆୟୋଜନ ସ୍ଥାନୀୟ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ କଳାହାଣ୍ଡି ଜିଲ୍ଲା ମଣ୍ଡଳ ସଭାପତି ସୁବାଷ ଚନ୍ଦ୍ର ଅଗ୍ରୱାଲ , ସନ୍ତୋଷ ଅଗ୍ରୱାଲ ଭବାନୀ ପାଟଣା , ପ୍ରଦୀପ କୁମାର ଅଗ୍ରୱାଲ ସମାଜ ସେବୀ ରୁପ୍ରା ରୋଡ , ଲାଲ ଚାନ୍ଦ ଚଉଧରି, ରାଧେ ଶ୍ୟାମ ଖେତନ୍ ରୂପ୍ରା ରୋଡ, ମଞ୍ଜୁ ଅଗ୍ରୱାଲ ଭବାନୀପାଟଣା , ପ୍ରମୁଖ ଅତିଥି ରୂପେ ଯୋଗୋଦେଇ ନବରଙ୍ଗପୁର ଜିଲ୍ଲା ର ମାରୱାଡ଼ି ସଂଘ ର ଅଗ୍ରଗତି ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ବହୁ ବିକାଶ ମୂଳକ କାର୍ଯ୍ୟ କରିବା ଦିଗରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଟି ନବରଙ୍ଗପୁର ଜିଲ୍ଲା ମାରୱାଡ଼ି ମଞ୍ଚ ର ସଭାପତି ଜଗଦୀଶ ଅଗ୍ରୱାଲ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ରେ ମାରୱାଡ଼ି ସଂପ୍ରଦାୟର ଗରିବ ପରିବାରର ପିଲା ମାନଙ୍କୁ ପାଠ ପଢିବା ଓ ତାଙ୍କୁ ଆର୍ଥିକ ଅନୁଦାନ ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରା ଯାଇଥିଲା। ଏଥି ସହିତ ଏକ ଶବ ବାହକ ଗାଡି ସହିତ ଶବ ରଖିବା ଲାଗି ଶିତ ତାପ ଯନ୍ତ୍ର ଲାଗିଥିବା ଫ୍ରିଜର ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନ ଓ ନବରଂଗପୁର ମାରୱାଡ଼ି ସମାଜ ର ମିଳିତ ଆର୍ଥିକ ଅନୁଦାନ ଦ୍ୱାରା ଆଣିବା ଲାଗି ସ୍ଥିର ହୋଇଛି। ଏଥି ସହିତ ବହୁ ବିକାଶ ମୂଳକ କାର୍ଯ୍ୟ କରିବା ଦିଗରେ ଆଲୋକ ପାତ କରିଥିଲେ। ଏହି ସମ୍ମିଳନୀ ରେ ସମାଜ ର ବହୁ ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲାର ବହୁ ମାରୱାଡ଼ି ସଂପ୍ରଦାୟର ପରିବାର ଯୋଗ ଦେଇ ଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ଦିଗରେ କାମ କରିବା ଦିଗରେ ଅଗ୍ରସର ହେବା ନେଇ କାର୍ଯ୍ୟ କରିବା ଲାଗି ସ୍ଥିର ହେଲା। ଆଗାମୀ ଡ଼ିସେମ୍ବର ମାସ ରେ ବୈଠକ ଅନୁଷ୍ଠିତ ହେବ ବୋଲି ନବରଙ୍ଗପୁର ଜିଲ୍ଲାର ସଭାପତି ପ୍ରକାଶ କରି ଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

Sunil Chandra Nayak

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

Leave a Comment

error: Content is protected !!