ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

ବନ୍ଧୁଗାଁ ତା,୧୭/୩/୨୩,//  ନିଲାବାଡି ଅଧିଷ୍ଠାତ୍ରୀ ଦେବୀ ମା ଅଗ୍ନି ଗଙ୍ଗା ମା ମନ୍ଦିରର ୧୬ ଗୋଟି ଦାନହୁଣ୍ଡିରୁ ବାହାରିଲା ପୁଳା ପୁଳା ଟଙ୍କା I ମାଙ୍କ ନଅ ଦିନ ଧରି ଅସ୍ଥାଇ ମନ୍ଦିର ଠାରେ ପୂଜା ପାଇଥିବା ମନ୍ଦିର ହୁଣ୍ଡିର ଟଙ୍କା ଗଣିତି ସମୟରେ ଆଜି ବନ୍ଧୁଗାଁ ଥାନା ପୁଲିସର ସୁରକ୍ଷା ବଳୟ ମଧ୍ୟରେ  ଖୋଲାଯାଇଥିଲା । ମୋଟ ୧୬ ଗୋଟି ଦାନହୁଣ୍ଡିରୁ ନଗଦ ୮ ଲକ୍ଷ ୩୯ହଜାର ୪ଶହ ୬୨ ଟଙ୍କା ଆଦାୟ ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପଠାରେ ଭକ୍ତଙ୍କ ଟିକଟ ବାବଦରେ ୫ ଲକ୍ଷ ୬୮ ହଜାର ୫ ଶହ ୬୦ ଟଙ୍କା , ଭକ୍ତଙ୍କ ହସ୍ତଦାନ ୮୬ ହଜାର ୭୦୦ ଟଙ୍କା ଏବଂ ଭୋଗ ୧ ଲକ୍ଷ ୫୨ ହଜାର, ଫୋଟ ବିକ୍ରି ୩୫ ହଜାର,ଚୂଳ ଦାନ ୧ଲକ୍ଷ ୬୬ ହଜାର ୫୦୦, ଚପଲ ଷ୍ଠାଣ୍ଡ ୩ହଜାର , ଏବଂ ଭଣ୍ଡାରି ଟିକଟ ବିକ୍ରୀ ବାବଦରେ ୬୯ ହଜାର ଏବଂ ଅସ୍ଥାୟୀ ଦୋକାନ ଗୃହ ନିମନ୍ତେ ୨ଲକ୍ଷ ୬୦ ହଜାର, ରୁପା ୫୦ ଗ୍ରାମ ୨ ଗ୍ରାମ ସହ ୩ଟି ଗାଇ ମୋଟ ୨୧ ଲକ୍ଷ ୫୯ ହଜାର ୭୭୭ ଟଙ୍କା ମିଳିଥିବା ମନ୍ଦିର କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଦାନହୁଣ୍ଡିରୁ ଆଦାୟ ହୋଇଥିବା ନଗଦ ଟଙ୍କା ଉତ୍କଳ ଗ୍ରାମ ବ୍ୟାଙ୍କ ଶାଖାରେ ଜମା କରାଯିବ ବୋଲି କମିଟି ଅଧ୍ୟକ୍ଷ ବାଡି ସତ୍ୟମ୍ ନାଇଡୁ ପ୍ରକାଶ କରିଛନ୍ତି । ଏହି ନଗଦ ଟଙ୍କା ଗଣତିରେ ତହସିଲ ଅଫିସ କର୍ମଚାରୀ, ପୂଜା କମିଟି ସଭ୍ୟ ଜେନା ସାହୁକାର,ଗାଣ୍ଟା ରବି, ଚନ୍ଦ୍ର ମୋହନ ନାଇଡୁ,ପେଣ୍ଟା ଜନାର୍ଦ୍ଦନ, ରଞ୍ଜିତ ଲାବାଲା, ସଞ୍ଚୟ ପାନି, ଇଶେଶ୍ଵର ରାଓ,ସଞିବ କୁମାର ବାଗାଂରି, ବେଣୁଧର ଲାବଲା,ପୂର୍ବତନ ସରପଂଚ ଜିଆନା ଓଟାକା ଏବଂ ଉତ୍କଳ ଗ୍ରାମ ବ୍ୟାଙ୍କ କର୍ମଚାରୀ ସହଯୋଗ କରିଥିଲେ । ଏଥିସହ ଆଦାୟ ହୋଇଥିବା ଟଙ୍କା ମନ୍ଦିରର ଉନ୍ନତି ତଥା ଶ୍ରଦ୍ଧାଳୁଙ୍କ ଆବଶ୍ୟକୀୟ ସୁବିଧା ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ସଭାପତି ନାଇଡୁ କହିଛନ୍ତି । ଆଜି ସକାଳ ୯ଟାରୁ ସଂଧ୍ୟା ୫ ଟା ସମୟ ପର୍ଯ୍ୟନ୍ତ ହୋଇଥିଲା ଗଣତି ସମୟରେ ବନ୍ଧୁଗାଁ ତହସିଲଦାର ତଥା ପୂଜା କମିଟି ଚେୟାର ମେନ୍ ସଦାଶିବ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସମ୍ପନ୍ନ ହେଲା ଚୈତ୍ର ମହୋତ୍ସବ ଝାମୁଯାତ୍ରା 

masiha

Nilabadi Village Ghanta Yatra Concludes in Koraput

masiha

ଆଜି ପୌଷ ପୂର୍ଣ୍ଣିମା.. ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

Sunil Chandra Nayak

Leave a Comment

error: Content is protected !!