ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ୧୮ ତାରିଖ ମଙ୍ଗଳବାର ଠାରୁ ୨୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ୪ଦିନ ବ୍ୟାପୀ ଚତୁର୍ଦ୍ଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସହ ଆଜି ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ମହା ସମାରୋହରେ ସମାପନ ହୋଇ ଯାଇଛି। ୪ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞର ଶେଷଦିନ ଅବସରରେ ଗାଲୁଆ ଗ୍ରାମର ଆରାଧ୍ୟ ଠାକୁର ଗୁପ୍ତେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁର ବାଲୁଗାଁ ଅଞ୍ଚଳର ତେଇଶ ଦେବା ଦେବୀ ଯଥା ଶ୍ରୀ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ଦୁଲଣୀ ଶାସନ, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ମଙ୍ଗଳପୁର ଶାସନ, ଶ୍ରୀ ଶ୍ରୀ ସୋମନାଥଶ୍ୱର ଦେବ ବିଜେ ଏକ ଡ଼ାଳିଆ, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ରଘୁନାଥ ପୁର ବାଲୁଗାଁ, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ମଙ୍ଗରାଜ ପୁର, ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ଦେବ ବିଜେ ପଲଟଣ ପଡ଼ିଆ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳ ମୁଣ୍ଡାଇ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡ଼କୂଳ, ଶ୍ରୀ ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗଛବାଲୁଙ୍କେଶ୍ୱର ଦେବ ବିଜେ ହାତୀମୁଣ୍ଡା, ଶ୍ରୀ ଶ୍ରୀ ଧବଳେଶ୍ଵର ଦେବ ବିଜେ ଭେଲେରୀ, ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବୃନ୍ଦାବନଚନ୍ଦ୍ର ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ରଘୁନାଥ ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ଉତ୍ତରାୟଣୀ ଦେବୀ ବିଜେ ବିଞ୍ଝଳା, ଶ୍ରୀ ଶ୍ରୀ ପାଦୁକାୟୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ଭୁଇଁୟାଣୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ବାଟମଙ୍ଗଳା ଦେବୀ ବିଜେ ବିଜେ ଗୋପୀନାଥପୁର, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ସୁବୁଦ୍ଧିପାଟଣା, ଶ୍ରୀ ଶ୍ରୀ ଲୋକନାଥ ଦେବ ବିଜେ ବାଲିପଦର। ଆଜି ସକାଳେ ସୁସଜ୍ଜିତ ବିମାନ ସହିତ ସମସ୍ତ ଦେବା ଦେବୀଙ୍କୁ ନିଜ ନିଜ ଗ୍ରାମବାସୀ ମାନେ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ଗୁପ୍ତେଶ୍ୱର ଦେବଙ୍କ ଯାତ୍ରା ପଡ଼ିଆରେ ମଧ୍ୟରେ ପ୍ରବେଶ କରିବା ସହିତ ସମସ୍ତ ଠାକୁର ନିଜ ନିଜ ଆସନ ଗ୍ରହଣ କରିଥିଲେ। ଓ ତାପରେ ପରେ ସମସ୍ତ ଦେବା ଦେବୀଙ୍କ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଅପରାହ୍ନ ସମୟରେ ହୋମ ପୂର୍ଣ୍ଣାହୁତି ଓ ପୁରସ୍କାର ବିତରଣ ହୋଇଥିଲା। ସନ୍ଧ୍ୟା ସମୟରେ ସମସ୍ତ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ଭକ୍ତ ଭଗବାନ ଙ୍କ ଏହି ମେଳଣ ପର୍ବକୁ ଦେଖିବା ପାଇଁ ବାଲୁଗାଁ ବାଣପୁର ଓ ତାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଗାଲୁଆ ଗ୍ରାମବାସୀ ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

159 ତମ ମର୍ଯ୍ୟାଦା ମହୋତ୍ସବର ଭବ୍ୟ ଅୟୋଜନ 

Sunil Chandra Nayak

Leave a Comment

error: Content is protected !!