ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ନର୍ଲା (ମନିସ) ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତର ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହା ଚଳିତ ଶିକ୍ଷାବର୍ଷର ପ୍ରାରମ୍ଭ ଅଭିଭାବକ ସମ୍ମିଳନୀ ହୋଇଥିଲା। ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁଲାଲ ପଧାନ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ରୂପେ ସ୍କୁଲ ଉପସଭାପତି ଶ୍ରୀମତୀ ରାଜବତି କରୁ଼ଆଁ ଓ ବଲବସପୁର ସିଆରସିସି ଦାସ ମାଝୀ ମଞ୍ଚାସୀନ ଥିଲେ। ସ୍କୁଲ ସହଶିକ୍ଷକ ଶ୍ରୀ ପଙ୍କଜ କୁମାର ସାହୁ ସରକାରଙ୍କ ସମସ୍ତ ଅନୁଦାନ ଓ ଆଜିକାର ବୈଠକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ଅନେକ ଅଭିଭାବକ ସାମିଲ ହୋଇ ସଭାକୁ ସାର୍ଥକ ମଣ୍ଡିତ କରିଥିଲେ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

୧୯ରେ କଳାହାଣ୍ଡି ଆସୁଛନ୍ତି ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିୟାନ 

Leave a Comment

error: Content is protected !!