ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

 ମୟୂରଭଞ୍ଜ -୧୧/୫ (ମସିହା) ଆଗାମୀ ୩୪ ତମ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବା ପାଇଁ ଦେବୋତ୍ତର କମିଟି ଅଧ୍ୟକ୍ଷ ତଥା ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ / ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ରସାନନ୍ଦ ଲେଙ୍କା, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ , ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ , ଶୁଶାନ୍ତ ମିଶ୍ର, ମନୁ ଚୌଧୁରୀ, ନବୀନ ରାମ, ପାର୍ଥ ସାରଥି କବି,ମନୋଜ ଦାସ,ଅରବିନ୍ଦ ବାଗାଡିଆ,,କୃଷ୍ନ ବିହାରୀ ମହାନ୍ତି,ସୁବାଷ ମଣ୍ଡଳ,ସଚିନ ଅଗ୍ରୱାଲ, ଦିପ୍ତୀମାନ ବଳ, ଗୌରୀ ଶଙ୍କର ଦତ୍ତ, ତନୁଜା ମହାନ୍ତ, ବିକାଶ ମହାନ୍ତ,ଦିଲିପ ମହାନ୍ତି, ଦିଵ୍ଯକାନ୍ତ ଖୁଣ୍ଟିଆ, ଶାଶ୍ଵତ ବଳ ସମେତ ବିଭିନ୍ନ ସଂଗଠନର ସଦସ୍ୟ, ଜଗନ୍ନାଥ ପ୍ରେମୀ, ଗଣମାଧ୍ୟମ ପ୍ରତିନିଧି ସୁଜିତ ପଟ୍ଟନାୟକ, ତୁଷାର କାନ୍ତ ମହାନ୍ତ,ସତ୍ୟ ରଂଜନ ପାଲ, ଅକ୍ଷୟ ବିଶ୍ବାଳ, ମେଘନାଦ ହେମ୍ବ୍ରମ,ନୀରଜ ସାହୁ,ଶ୍ଯାମଳେନ୍ଦୁ ପରିଡା, ଦେବୋତ୍ତର କମିଟି ସରକାରୀ ସଦସ୍ୟ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ରଥ ନିର୍ମାଣ,ପୂଜା କାର୍ଯ୍ୟ,ଆଇନ ଶୃଙ୍ଖଳା,ମେଳା,ମୀନା ବଜାର,ରାସ୍ତାଘାଟ ନିର୍ମାଣ,ପଡିଆ ସଜ୍ଜା,ସହର ଆଲୋକୀକରଣ, ଭକ୍ତଙ୍କ ପାଇଁ ଅନ୍ନସାଦ ଓ ଭୋଗରାଗ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ,ସ୍ବଚ୍ଛତା,ହୋଟେଲ,ଜଳଖିଆ ଦୋକାନ ଉପରେ ଅପମିଶ୍ରଣ ଓ ବାସି ଖାଦ୍ୟ ଉପରେ କଡା ନଜର,ପତ୍ରିକା ଉନ୍ମୋଚନ ଇତ୍ୟାଦି ଉପରେ ବିଶଦ ଉପରେ ଆଲୋଚନା କରାଯାଇଥିଲା । ସମସ୍ତେ ଯେଭଳି ରଥଯାତ୍ରା ଶୃଙ୍ଖଳାର ସହ ପରିଚାଳନା ହୋଇପାରିବ ସେଥିପାଇଁ ଦେବୋତ୍ତର କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ଦାସ ଏବଂ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟନାୟକ ଉପସ୍ଥିତ ସମସ୍ତ ସଦସ୍ଯଙ୍କ ସମେତ ସହରବାସୀ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅମର ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ  ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

masiha

୧- ବିପଦ ସଙ୍କୁଳ ଅବସ୍ଥାରେ ଯାଗୁଗୁଡ଼ା ଗ୍ରାମର ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର , ୨-ଛାତି ଯନ୍ତ୍ରଣାରେ ଅତିଥି ଗଣିତ ଶିକ୍ଷକଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!