ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

ଢେ଼ଙ୍କାନାଳ(ମ ସୀ ହା)୧୧/୦୫_ଘଟଣା ଟି ଅତି ସମ୍ବେଦନଶୀଳ ଗତ 03/05/2023 ରିଖ ବୁଧବାର ଦିନ ଜନୈକ ଅଭିଯୋଗକାରୀ ନାମ ପ୍ରଦ୍ଯୁମ୍ନ କୁମାର ସାହୁ ଗ୍ରାମ କାରନ୍ଦା,ଥାନା ରାସୋଳ, ବ୍ଲକ ହିନ୍ଦୋଳ ଜିଲ୍ଲା ଢେଙ୍କାନାଳ ତାଙ୍କର 75000 ଟଙ୍କା ଚୋରୀ ହୋଇଥିବା ବେଳେ ରାସୋଳ ଥାନା କୁ ପ୍ରାଥମିକ ସୂଚନା ପ୍ରଦାନ ନିମିତ୍ତ ଯାଇଥିଲେ।

     କିନ୍ତୁ ଦୁଃଖର କଥା ରାସୋଳ ଥାନା ର ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ହାଇବ୍ରୁ ତାଙ୍କୁ ଧମକାଇବା ସହିତ ହତୋତ୍ସାହିତ କରିଥିଲେ ଏବଂ ତାଙ୍କୁ ପଥଭ୍ରଷ୍ଟ କରିବାର ଅପଚେଷ୍ଟା ସହିତ ତଦନ୍ତ କରିବା ଦୂର କଥା ସୂଚନା କୁ ନିୟମ୍ ଅନୁଯାୟୀ ଗ୍ରହଣ ମଧ୍ୟ କରି ନଥିଲେ।

     ସାଧାରଣ ରେ ଏହା ଆଲୋଚ୍ୟ ର ବିଷୟବସ୍ତୁ ନିହାତି ଭାବେ,କିପରି ପୋଲିସ ରକ୍ଷକ ରୁ ଭକ୍ଷକ ସାଜିପାରେ ?ସରକାର ଙ୍କ ଠାରୁ ମୋଟା ଅଙ୍କ ର ଦରମା ସାଙ୍ଗ କୁ ଅନ୍ଯାନ୍ୟ ସୁବିଧା ପାଇବା ପରେ ମଧ୍ୟ ଜଣେ ଅସହାୟ ମଣିଷ କୁ ସହାୟତା ପ୍ରଦାନ କରିବା ବଦଳରେ ମାନବିକତା କୁ କିପରି ହତ୍ଯା କରେ ?

      ଏତାଦୃଶ ସମ୍ବେଦନଶୀଳ ଘଟଣା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଜାଣିବା ପରେ ଅସହାୟ ପ୍ରେମୀ ଦୁଃଖବନ୍ଧୁ ବିଶ୍ବାଳ ଙ୍କ ଜରିଆ ରେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଶ୍ରୀଯୁକ୍ତ ଭଜମନ ବିଶ୍ବାଳ ଙ୍କୁ ଅବଗତ କରାଇଥିଲେ।ତତ୍ପରେ ଉକ୍ତ ଘଟଣା କୁ ଢେଙ୍କାନାଳ ଏସ୍:ପି ଜ୍ଞାନ ରଞ୍ଜନ ମହାପାତ୍ର (ଓ:ପି:ଏସ) ଙ୍କୁ ଜଣାଇ ଅପରାଗ ଦାୟିତ୍ୱହୀନ ରାସୋଳ ଥାନା ଅଧିକାରୀ ଙ୍କର ଦବଙ୍ଗ ଗିରି କୁ ଅବଗତ କରାଇବା ପରେ ଅନଲାଇନ ମାଧ୍ୟମରେ ତା10/05/2023ରିଖ ବୁଧବାର ଦିନ ଦିବା 11ଘଟିକା ସମୟ ରେ ପ୍ରାୟ ସାତ ଦିନ ପରେ ଘଟଣାଟି ଶ୍ରୀଯୁକ୍ତ ବିଶ୍ବାଳଙ୍କ ଦ୍ବାରା ପଞ୍ଜୀକୃତ ହୋଇଛି ।

     ଏବେ ଦେଖିବାକୁ ବାକି ରହିଲା ତଦନ୍ତ କିପରି ହେଉଛି।ଅସହାୟ ଟି ନ୍ଯାୟ ପାଇବାରେ ରାସୋଳ ପୋଲିସ୍ କେତେ ଦୂର ତତ୍ପରତା ର ସହିତ କର୍ତ୍ତବ୍ୟ ସମ୍ପାଦନ କରୁଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କଣ୍ଟେନର ରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଚାରି ଜଣ ଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

Sunil Chandra Nayak

ବେଆଇନ୍ ଧାନ ଗଛିତ ସନ୍ଧେହରେ ବିଭିନ୍ନ ମିଲ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗଚାଷିର ୧୦୦୦ ପକେଟ ଧାନ ଜବତ କରିଛି ଏନ୍‌ଫୋର୍ସମେଂଟ ଟିମ୍‌

masiha

Leave a Comment

error: Content is protected !!