ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

ଅଭିଯୁକ୍ତକୁ ପଚରାଉଚରା ପାଇଁ ଥାନାରେ ଅଟକ ରଖିଛି ପୋଲିସ

ଥୁଆମୂଳ ରାମପୁର: ୧୯/୧୨ – (ମନିସ):- :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ହତ୍ଯା କାଣ୍ତ l ଜଣେ ବିବାହିତ ଯୁବକକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣା କୁ ନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ ଜଣାଯାଏ ଯେ, ମୃତ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସୁନାଧର ମାଝୀଙ୍କ ବିବାହିତ ପୁଅ ପାନି ମାଝୀ (୪୫) ବୋଲି ଜଣାପଡିଛି। ବୁଧବାର ରାତିରେ ଶୋଇଥିବା ବେଳେ ଉକ୍ତ ଗ୍ରାମର କୁମୁଡା ମାଝୀଙ୍କ ଦୁଇ ପୁଅ ଲକ୍ଷ୍ମୀଧର ମାଝୀ(ଲାକୀ) ଏବଂ ସାରଥୀ ମାଝୀ ଉଭୟ ଦୁଇ ଭାଇ ପାନି ମାଝୀଙ୍କ ଘର ପାଖରେ ଯାଇ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ। ଯେଉଁଥିରେ ପାନୀ ମାଝୀ ଉତ୍ୟକ୍ତ ହୋଇ ଘରୁ ବାହାରି ଥିଲେ।ଏହି ସମୟରେ ଲକ୍ଷ୍ମୀଧର ଏବଂ ସାରଥୀ ଉଭୟ ଦୁଇ ଭାଇ ପାନି ମାଝୀକୁ ଘର ପାଖରୁ କିଛିଦୂର ଟାଣି ନେଇ ଟାଙ୍ଗିଆରେ ନୃଶଂସ ଭାବେ ହତ୍ୟା କରି ସେଠାରୁ ଚାଲିଯାଇଥିଲେ। ଗୁରୁବାର ସକାଳେ ମୃତ ପାନୀ ମାଝୀଙ୍କ ସ୍ତ୍ରୀ କୁନି ମାଝୀ ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସାଇଣ୍ଟିଫିକ୍ ଟିମ୍ ସହିତ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଏବଂ ସବ୍ ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ସଂନ୍ଧ୍ୟା ଆଗତ କାରଣରୁ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ହେଲେ ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ଜମିବାଡ଼ି କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ମୃତକ ପାନି ମାଝୀଙ୍କ ବାପା ସୁନାଧର ମାଝୀ ଏବଂ ହତ୍ୟା ଅଭିଯୋଗର ଦୁଇ ଅଭିଯୁକ୍ତ ଲକ୍ଷ୍ମୀଧର ଏବଂ ସାରଥୀଙ୍କ ବାପା କୁମୁଡା ମାଝୀ ଉଭୟେ ଦୁଇ ଭାଇ ବୋଲି ଜଣାପଡିଛି। ତେଶ ବର୍ତ୍ତମାନ ଥୁଆମୂଳ ରାମପୁର ଥାନା କେସ୍ ନମ୍ବର ୧୦୪/୨୪ ରେ ତଦନ୍ତ ଜାରି ରହିଥିବା ବେଳେ ଦୁଇ ଅଭିଯୁକ୍ତକୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

Sunil Chandra Nayak

ମୁନିଗୁଡା ରେଞ୍ଜ ଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!