ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦଯାପିତ
ନବରଙ୍ଗପୁର:(୧୯|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଦଳବେଡା ଗ୍ରାମ ପଞ୍ଚାୟତର ଅଣ୍ଟିପଡା ଗ୍ରାମରେ ଚନ୍ଦାହାଣ୍ଡି ଜମିଦାରପଡା ଶ୍ରୀ ଜଗନ୍ନାଥ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ବାର୍ଷିକୀ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ତା ୧୨|୧୨|୨୦୨୪ରୁ ଆରମ୍ଭ ହୋଇ ତା ୧୮|୧୨|୨୦୨୪ ସାତ ଦିନ ଧରି ଚାଲୁ ରହି ଆଜି ଉଦଯାପିତ ହୋଇଯାଇଛି l ତା ୧୨|୧୨ଗୁରୁବାର ଶ୍ରୀ ମଦ୍ ଭାଗବତ ମାହାତ୍ମ୍ୟ, ତା ୧୩|୧୨ ସତସଙ୍ଗ ମହିମା, ତା ୧୪|୧୨ ଶନିବାର ଭୋଜବଂଶ ବର୍ଣ୍ଣନା, ତା ୧୫|୧୨ ରବିବାର ଶ୍ରୀ କୃଷ୍ଣ ଜନ୍ମ, ତା ୧୬|୧୨ ସୋମବାର ଶ୍ରୀ କୃଷ୍ଣ ବାଲ୍ୟ ଲୀଳା,,କାଳୀୟ ଦଳନ, ବସ୍ତ୍ର ହରଣ, ତା ୧୭|୧୨ ମଙ୍ଗଳବାର ଶ୍ରୀକୃଷ୍ଣଙ୍କ ଗୋପ ଯାତ୍ରା, ତା ୧୮|୧୨ବୁଧବାର ଗୋପି ଉଦ୍ଧବ ସମ୍ବାଦ ଏ ସମସ୍ତ ସପ୍ତ ଦିବସ ର କାର୍ଯ୍ୟକ୍ରମ ର ମୁଖ୍ୟ କଥା ବାଚକ ପୂଜ୍ଯ ସ୍ଵାମୀ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ ଙ୍କ ଅମୃତ ମୟ ବାଣୀ ରେ ମଞ୍ଚରେ ସମସ୍ତ ଶ୍ରଦ୍ଧାଳୁଙ୍କ ର ମନ ଉଦ୍ଭାସିତ ହୋଇ ଥିଲା l ସେ ପ୍ରତିଜ୍ଞା ବଧ ଭାବରେ ଓଡ଼ିଶାରେ ତଥା ଚନ୍ଦାହାଣ୍ଡି ବ୍ଳକ ରେ ଭାଗବତ ପ୍ରଚାର ପ୍ରସାରରେ ଅନବରତ ଲାଗିଛନ୍ତି l ତାଙ୍କର ବଳିଷ୍ଠ ନେତୃତ୍ଵରେ ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ଗଠନ ଏବଂ ଭାଗବତର ପ୍ରଚାର ପ୍ରସାର ଚାଲୁ ରହିଛି lଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ରମେଶ ଚନ୍ଦ୍ର ଚହ୍ଵାନ,ଭାଗବତ ଟୁଙ୍ଗୀ ଗଠନର ମଙ୍ଗ ଧରିଥିବା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହା ସଂଘ ସଭାପତି ଜଗନ୍ନାଥ ସତପଥୀ,ଭାଗବତ ପ୍ରଚାର ସମିତି ର ସଭାପତି ବିଜୟ ଚନ୍ଦ୍ର ଦଳେଇ, ଏତଦ୍ ବ୍ୟତୀତ ଓଡିଶା ପ୍ରାନ୍ତ ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ଶାଖା ପ୍ରାନ୍ତ ପ୍ରଚାରକ ସୁଧୀର କୁମାର ନନ୍ଦ, ପଣ୍ଡିତ ସୁରେଶ ଚନ୍ଦ୍ର ମିଶ୍ର, ବିଜୟ ସୌରୀ, ତ୍ରିଲୋଚନ ନାୟକ, ଡମ୍ବରୁଧର ନାୟକ, ବନମାଳୀ ଦାସ, ମହେଶ୍ଵର ମାଝୀ, ରାଜେନ୍ଦ୍ର ଖମାରୀ,ଜମ୍ବୁ ହାତୀ, ଉପେନ୍ଦ୍ର ଚହ୍ୱାନ,ଫଣୀନ୍ଦ୍ର ଜଗତ ଙ୍କ ସହିତ ଚନ୍ଦା ହାଣ୍ଡି ବ୍ଳକ ର ୭୮ଟି ଭାଗବତ ଟୁଙ୍ଗୀ ଓ ପଡୋଶୀ ରାଜ୍ୟ ଛତ୍ତିଶଗଡ଼ ର ୭ଗୋଟି ଭାଗବତ ଟୁଙ୍ଗୀ ଏହି ମହତ୍ କାର୍ଯ୍ୟର ସଫଳ ରୂପାୟନ ପାଇଁ ତନ ମନ ଧନ ଦେଇ ସାହାଯ୍ୟ କରିଥିଲେ l ( ମ ନି ସ )

