ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ କବୀ ସମ୍ମିଳନୀରେ ଓଡ଼ିଶାର ପ୍ରଶଂସନୀୟ ପ୍ରତିନିଧିତ୍ଵ 

ଅଖିଳ ଭାରତୀୟ କବୀ ସମ୍ମିଳନୀରେ ଓଡ଼ିଶାର ପ୍ରଶଂସନୀୟ ପ୍ରତିନିଧିତ୍ଵ 

କଟକ : ଚଳିତ ନଭେମ୍ବର ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସ୍ଥିତ କୁଭେମ୍ପୁ ରଙ୍ଗମନ୍ଦିର ଠାରେ ଅଖିଳ ଭାରତୀୟ କବୀ ସମ୍ମିଳନୀ (All India Poetess Conference, AIPC) ର ୨୪ ତମ ଅନ୍ତର୍ଜାତୀୟ ମେଗା କନଭେନ୍ସନ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଲାରି ଆଜାଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀରେ ସାରା ଭାରତରୁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତିନିଶହରୁ ଉର୍ଦ୍ଧ୍ୱ ମହିଳା ପ୍ରତିଭାମାନେ ଯୋଗଦେଇ ଉତ୍ସବଟିକୁ ପ୍ରାଣବନ୍ତ କରିଥିଲେ। ଓଡ଼ିଶାରୁ ପ୍ରଫେସର ବୀଣାପାଣି ମିଶ୍ରଙ୍କୁ ତାଙ୍କର ବଳିଷ୍ଠ ନେତୃତ୍ୱ ଓ ସାହିତ୍ୟରେ ଉତ୍ସର୍ଗୀକୃତ ସେବା ପାଇଁ ଉକ୍ତ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର ମିଶ୍ରଙ୍କ ଆବାହକତ୍ୱରେ ଓଡ଼ିଶାରୁ ୨୫ ରୁ ଉର୍ଦ୍ଧ୍ୱ କବୟିତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ପ୍ରତିଭାମାନେ ଯୋଗଦେଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରେ ଡକ୍ଟର ଆଞ୍ଜୁମାନ ଆରା, ସୁଷମା ରାଉତ, ଗୀତାଞ୍ଜଳି ପୃଷ୍ଟି, ଜୟନ୍ତୀ ପତି, ତରୁଲତା ସାମଲ, ସୁଧା ପଟ୍ଟନାୟକ, ଝୁମୁରି ସାହୁ, ସୁଲୋଚନା ଦାଶ, ଇମ୍ରାନା ଇସ୍ରାଇଲ, ପ୍ରିୟଦର୍ଶିନୀ ମହାନ୍ତି,ସୌମ୍ୟା, ସୌର୍ଯା,ରାଧା ପ୍ରିୟଦର୍ଶିନୀ, ବିଷ୍ଣୁପ୍ରିୟା ମିଶ୍ର,ସ୍ନେହା ମିଶ୍ର, ସୌଦାମିନୀ ତ୍ରିପାଠୀ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟକୁ ଜାତୀୟ ସ୍ତରରେ ପ୍ରତିପାଦିତ କରି ସାଉଁଟିଛନ୍ତି ଅନନ୍ୟ ସଫଳତା। ମଞ୍ଚରେ ବାଦ୍ୟ ଯନ୍ତ୍ରର ତାଳେତାଳେ ମାତୃ ବନ୍ଦନା “ବନ୍ଦେ ଉତ୍କଳ ଜନନୀ” ଗାନ କରି ସମ୍ବର୍ଦ୍ଧିତ ହେବାର ଗୌରବ ଅର୍ଜନ କରିଛନ୍ତି ଆମ ଓଡ଼ିଶା ମାଟିର ସମ୍ମାନୀୟା ନାରୀ ପ୍ରତିଭାମାନେ। ତା ସହିତ “ବେଟି ହିଁ ଅପରାଜିତା ” ନାମରେ ରାଷ୍ଟ୍ରଭାଷା ହିନ୍ଦୀରେ ଏକ ସଚେତନତା ଧର୍ମୀ ନାଟକ ପରିବେଷଣ କରି ସୌଦାମିନୀ ତ୍ରିପାଠୀ, ଜୟନ୍ତୀ ପତି ଏବଂ ଗୀତାଞ୍ଜଳି ପୃଷ୍ଟି ପ୍ରମୁଖ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଆଗାମୀ ଦିନରେ ଏ ସମ୍ମିଳନୀକୁ ଓଡିଶା ମାଟିରେ ପ୍ରଦର୍ଶିତ କରିବା ସହିତ ଅଧିକରୁ ଅଧିକ ନାରୀ ପ୍ରତିଭା ଏଥିରେ ଯୋଡ଼ି ହୋଇ ଓଡ଼ିଶାର ସୁନାମକୁ ବିଶ୍ୱ ଦରବାରରେ ପ୍ରତିପାଦନ କାରିବାର ସୁଯୋଗକୁ AIPC ମାଧ୍ୟମରେ ଆହ୍ୱାନ କରାଯାଉଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ରାଇରଙ୍ଗପୁର ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଏକ ଦୀବସୀୟ ବ୍ଳକ ସ୍ତରୀୟ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!