ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

ମହାନଦୀ କୋଲଫିଲଡ୍ ଲିମିଟେଡ଼(ଏମ୍‌ସିଏଲ୍)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡି ଜିଲ୍ଲାର ଯୁବ ଆଥଲେଟ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ବ୍ୟାଙ୍କ ୱାନ ଆଖ୍ୟା ଅର୍ଜନ କରିଛନ୍ତି। 

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ର ସ୍ୱର୍ଗତ ଗୋର ଚନ୍ଦ୍ର ମୁଣ୍ଡଙ୍କ ପୁଅ ଆକାଶ ରଂଜନ ମୁଣ୍ଡ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତା ଅନୁଯାୟୀ ମହାନଦୀ କୋଇଲଫିଲ୍ଡସ ଲିମିଟେଡ ଆକାଶ ଙ୍କୁ ସ୍ପନସରସିପ କରିଛନ୍ତି। ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ ମଧ୍ୟ ଆକାଶଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି ପ୍ରତିଭାବାନ ଆଥଲେଟ୍ ଷ୍ଟେଟ୍ ପାରା ବ୍ୟାଡମିଣ୍ଟନ୍ ରାଙ୍କ୍ ୱାନ୍ ଆଖ୍ୟା ଅର୍ଜନ କରିଛନ୍ତି ଏବଂ ରାଜ୍ୟ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ଭାବରେ ସମ୍ମାନିତ ହୋଇ ରାଜ୍ୟକୁ ଗୌରବାନିତ୍ଵ କରିଛନ୍ତି।

ସେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ନବୋଦୟ ବିଦ୍ୟାଳୟରୁ ରାଜ୍ୟସ୍ତରରେ ଜିତିବା ସହ ନବୋଦୟ ବିଦ୍ୟାଳୟ ଆଞ୍ଚଳିକ ଖେଳରେ ମଧ୍ଯ ଅଂଶଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ,କଳାହାଣ୍ଡିର ଏକମାତ୍ର ପାରା ଆଥଲେଟ୍ ଯିଏକି ଜାତୀୟ ଖେଳରେ ଦୁଇଥର ଓଡିଶାର ପ୍ରତିନିଧିତ୍ୱ କରିଛନ୍ତି। ଇଣ୍ଡୋନେସିଆ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ରେ ଭାରତକୁ ପ୍ରତିନିଧିତ୍ୱ କରି ସେ କଳାହାଣ୍ଡି ଜିଲ୍ଲାକୁ ଗର୍ବିତ କରିଛନ୍ତି। ତାଙ୍କର ଉଲ୍ଲେଖନୀୟ ସଫଳତା ହେଉଛି କ୍ରୀଡା ପ୍ରତି ତାଙ୍କର ଉତ୍ସର୍ଗୀକୃତ ଏବଂ ଉତ୍ସାହର ପ୍ରମାଣ | ଆକାଶ ଜଣେ ପୂର୍ବତନ ନାବୋଦୟ ବିଦ୍ୟାଳୟର ଛାତ୍ର ଏବଂ ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି |

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

Related posts

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ, ସେକ୍ଟର-୫,ରାଉରକେଲା ର ୫୨ ତମ କ୍ରୀଡା ସମ୍ମିଳନୀ

masiha

ଦେଉଳି ମିନି ଷ୍ଟାଡିୟମରେ “ବିକ୍ରମ ଓ ମିନତୀ ମେମୋରିଆଲ” ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

masiha

ତନ୍ତିପାଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଚଚରାଗୁଡା,ବିଜେତା ଡାବୁଗାଁ ଦଳ /ଉପ-ବିଜେତା ମାନିଗାଁ ଦଳ

Sunil Chandra Nayak

Leave a Comment

error: Content is protected !!