ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

ଜୁନାଗଡ଼,୧୧/୩(ମ ନି ସ) ଜୁନାଗଡ଼ ନିକଟ ମେନକା ପଦର ମା ଠାକୁରାଣୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟିର୍ଣ୍ଣାମେଂଟ ଫାଇନାଲ୍ରେ ରେ ବେହେରାକୁ ହରାଇ କନ୍ଧ ବ୍ରହ୍ମଣୀଗୁଡା ଚାମ୍ପିଅନ ହୋଇ ପୁରସ୍କୃତ ହୋଇଛି।ଫାଇନାଲ୍ର ମ୍ୟାଚ ରେ ପ୍ରଥମେ ଟସ ଜିଣି ବ୍ରହ୍ମଣୀଗୁଡା ଦଳ ରନ କରିଥିବାବେଳେ ଜବାବରେ ବେହେରା ଦଳ ସମସ୍ତ ଉଇକେଟ ହରାଇ ପରାଜିତ ହାଇଥିଲା। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳ ବ୍ରହ୍ମଣୀଗୁଡା ଦଳକୁ ୨୫ ହଜାର ଟଙ୍କା ଓ ଓ ରନର୍ସ ଅପ ବେହେରା ଦଳକୁ ୧୫ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ।ସେହିପରି ସମ୍ମାନିତ ଅତିଥି ଭାବେ ସଂଗ୍ରାମ ସମିତି ର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି, ପୂର୍ଣ୍ଣନ୍ଦୁ ମାଝୀ, ଶରତ ଶବର, ରତନ ଧଙ୍ଗଡା ମାଝୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ମ୍ୟାନଅପ ଦି ମ୍ୟାଚ ଭାବେ ବ୍ରହ୍ମଣୀଗୁଡା ର ଉତ୍ତମ ଓ ସିରିଜ ଭାବେ ବେହେରାର ଡିଜେ ଙ୍କୁ ପୁରସ୍କୃତ କରାଯାଇଥିଲା , ।କ୍ଲବ ର ସଭାପତି ବିପିନବିହାରୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ରୀଙ୍କୁ ବିଶି,କୋଷାଧକ୍ଷ୍ୟ ଖଗେ ନାଏକ,ଓ ଉପଦେଷ୍ଟା ପପୁଭଞ୍ଜ ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିୟ ହୋଇ ସକ୍ରିୟ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

masiha

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!