ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

ରାଉରକେଲା/ ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗା ପୂଜା ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପର କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ବ ଓ ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଡାକ୍ତର ସୁଧୀର ରଂଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ବ୍ୟାଡମିଣ୍ଟନ ଖେଳିଲେ ହୃଦୟ ରୋଗ, ମଧୁମେହ, ଶାରୀରିକ ଓଜନ ପ୍ରାୟ ୪କେଜି ପର୍ଯ୍ୟନ୍ତ ହ୍ରାସ ପାଇବା ସହ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ। ଏହା ସହ ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ।ଏହି ଚମ୍ପିୟାନସିପ ଆସନ୍ତା ଜାନୁଆରୀ ମାସ ୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପୁରୁଷ ବିଭାଗରେ ୨୧ଟି,୧୬ବର୍ଷରୁ କମ୍ ବିଭାଗରେ ୧୮ଟି, ଏକକ ପ୍ରତିଯୋଗିତାରେ ୧୬ଟି,୧୯ବର୍ଷରୁ କମ୍ ରେ ୧୨ଟି ଟିମ୍ ଓ ୪୫ବର୍ଷରୁ ଉର୍ଦ୍ଧ୍ବ ୧୬ଟି ଟିମ୍ ଏଥିରେ ଭାଗ ନେଇଛନ୍ତି । ଏହି ଖେଳରେ ବିଜେତା ଓ ଉପବିଜେତା ଦଳକୁ ଆସନ୍ତା ୫ତାରିଖ ଦିନ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ସମନ୍ବୟକାରୀ ଅଭିରାମ ମହାନ୍ତି, ସଂପାଦକ ବିଶ୍ବେଷ ମିଶ୍ର,ସଦସ୍ୟ ଅଶୋକ ରଥ ମଞ୍ଚାସୀନ ଥିବାବେଳେ ସର୍ବଶ୍ରୀ ତିରୁ ମହାରଣା, ମୀନକେତନ ମିଶ୍ର, ଗାବୁ ବେହେରା, ଶିବୁନ, ଅଧିକାନ୍ତ,ତାରିଣୀ,ପ୍ରତୀକ,ବୁନୁ,ହରିଜ ଜେନା,ଅଜୟ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଲାଙ୍ଗିର ଇନଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ରେଙ୍କିଂ ପ୍ରତିଯୋଗିତା

Sunil Chandra Nayak

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

Leave a Comment

error: Content is protected !!