ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତ

ମୟୂରଭଞ୍ଜ -୨୬/୧୨/୨୨ (ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଲ୍ଯାମ୍ପରେ ଆଜି ଧାନ ମଣ୍ଡି ମୁଖ୍ୟ ଅତିଥି ଏସ ଆର ସିଏ ଶ୍ରୀ ରାମଚନ୍ଦ୍ର ବିଶ୍ବାଳଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ତିର୍ଥ ମାଝୀ,ଲ୍ଯାମ୍ପ ସଭାପତି ଶ୍ରୀ ରଣଜିତ ମାଝୀ,ଲ୍ଯାମ୍ପ ଏମଡି ସନତ ରାଉତ,ଧାନ କ୍ରୟ କମିଟି ସଦସ୍ୟ ଡମ୍ବରୁଧର ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ସପ୍ତାହରେ ସୋମବାର ଏବଂ ମଙ୍ଗଳବାର ଧାନ କ୍ରୟ କରାଯିବ । ଏହି ଲ୍ଯାମ୍ପରେ ୨୧୫୯ ଜଣ ଚାଷୀ ପଂଜିକୃତ ହୋଇଛନ୍ତି ।ଚାଷୀମାନେ ଏଫଏକ୍ଯୁ ଧାନ ଆଣିବା ପାଇଁ ପରାମର୍ଶ,ଅଖା ବେଗରେ ଆଣିବା, ପରିଷ୍କାର ପରିଚ୍ଛନ୍ନ ଧାନ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା ।ଆଜି ୨୦ ଜଣ ଚାଷୀଙ୍କ ଠାରୁ ୬୦୦ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିଲା ।ବିଳମ୍ବରେ ହେଲେବି ହାଟବାଦଡାରେ ଧାନ ମଣ୍ଡି ଖୋଲିଥିବାରୁ ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ      

Sunil Chandra Nayak

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

masiha

79th Independence Day Celebrated at Aditya Alumina Refinery

Sunil Chandra Nayak

Leave a Comment

error: Content is protected !!