ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ଜାତୀୟ ଭୋଟର ଦିବସ ପାଳିତ 

କାମାକ୍ଷାନଗର (ମସୀହା ନିଉଜ୍)୨୫/୦୧_ ବୁଧବାର ସକାଳ ୧୦ ଘଟିକା ସମୟରେ କାମାକ୍ଷାନଗର ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଏଵଂ ଜାତୀୟ ଭୋଟର ଦିବସ ଅଵସରରେ ନୂତନ ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ସଚେତନତା ଅଭିଯାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବନ୍ଦିତା ମହାନ୍ତି ମହୋଦୟାଙ୍କ ଅଧ୍ୟକ୍ଷତାରେ ଛାତ୍ରୀ ମାନେ ନଗର ପରିକ୍ରମା କରି ସଡ଼କ ସୁରକ୍ଷା ଉପରେ ଯେଉଁ ମାନେ ହେଲମେଟ୍ ନ ପିନ୍ଧି ବାଇକ ଚାଲାଉଛନ୍ତି ଓ ସିଟ୍ ଵେଲଟ୍ ନପିନ୍ଧି ଚାରି ଚକିଆ ଯାନ ଚଲାଉଛନ୍ତି ସେମାନଙ୍କୁ ଚକୋଲେଟ ଦେଇ ସଚେତନତା କରିଥିଲେ l ଏହା ସହିତ ଜାତୀୟ ଭୋଟର ଦିବସ ଉପରେ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣକୁ ଶୋଭାଯାତ୍ରା ମାଧ୍ୟମରେ ଜନଜାଗରଣ ପୂର୍ଵକ ଜନସାଧାରଣଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ରେ ଶବ କୁ ଅସମ୍ମାନ, ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

masiha

Leave a Comment

error: Content is protected !!