ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

ଢେ଼ଙ୍କାନାଳ(ମନିସ )20/3/23 ବିରଳ ପ୍ରଜାତିର ବିରାଟ କାୟ ପକ୍ଷୀ ଅସୁସ୍ଥ ଅବସ୍ତାରେ ଗ୍ରାମନିକଟରେ ଉଦ୍ଧାର ହୋଇଛି। ଉଦ୍ଧାର ପକ୍ଷୀର ଉଚ୍ଚତା ପ୍ରାୟ ୩ ଫୁଟ ହେବ। ଢେଙ୍କାନଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ କୋରିଆପାଳ ଗ୍ରାମରେ ଏହି ପକ୍ଷୀଟି ଉଦ୍ଧାର ହୋଇଛି। ଗତ ରାତିରେ ଝଡ ତୋଫାନରେ କେଉଁ ଆଡୁ ଏହି ବିରଳ ପ୍ରଜାତିର ପକ୍ଷଟିର ବାମ ଜଙ୍ଘ ଭାଙ୍ଗିଯାଇଥିବା ଅବସ୍ଥାରେ ଗ୍ରାମର ସେବାଶ୍ରମ ସ୍କୁଲ ନିକଟରେ ପଡି ରହିଥିଲା। ଏହା ସାଧରଣତଃ ଆସାମ ରାଜ୍ୟରେ ଦେଖାଦିଅନ୍ତି। ଏହି ପକ୍ଷୀଟିକୁ ହାଡଗିଳା ପକ୍ଷୀ ବୋଲି କହୁଛନ୍ତି। ପକ୍ଷୀଟି କୋରିଆପାଳ ସେବାଶ୍ରମ ସ୍କୁଲ ପାଖରେ ଜୀବିତ ଅବସ୍ଥାରେ ସେହି ଗ୍ରାମର କିଛି ଯୁବକ ଦେଖି ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ବିରଳ ପକ୍ଷୀଟିକୁ ଦେଖିବା ପାଇଁ ଅଞ୍ଚଳରୁ ବହୁଲୋକେ ଆସି ଦେଖିଥିଲେ। ଗ୍ରାମବାସୀ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭିଗ ପକ୍ଷୀଟିକୁ ଚିକିତ୍ସା ପାଇଁ କଙ୍କଡାହାଡ ପଶୁଚିକିତ୍ସକ ଙ୍କ ନିକଟକୁ ନେଇ ଚିକିତ୍ସା ଜାରିରହିଛି। ପକ୍ଷୀଟି ର ଅବସ୍ଥା ଏବେ ସ୍ଥିରଅଛି l ଯାହାଫଳରେ ପକ୍ଷୀଟିକୁ ଢେଙ୍କାନାଳ କପିଳାସ ଅଭୟାରଣ୍ୟକୁ ସ୍ଥାନାତନ୍ତରିତ କରାଯାଇଛି। ପକ୍ଷୀଟି ସମ୍ପୁଣ୍ଣ ସୁସ୍ଥ ହେବାପରେ ଛାଡିଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୁଚନା ମିଳିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ର ୫ମ ସ୍ଵନକ୍ଷତ୍ର ଉତ୍ସବ ପାଳିତ 

Sunil Chandra Nayak

ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

Leave a Comment

error: Content is protected !!