ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ 

   ମୟୂରଭଞ୍ଜ- ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଏବଂ ସହରର ଥିବା ରାଇରଙ୍ଗପୁର ଲ୍ଯାମ୍ପରେ ସୋମବାର ଦିନ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ଏମଡି ଶ୍ରୀମତୀ ଲୋପାମୁଦ୍ରା ମହାନ୍ତ ନଡ଼ିଆ ଫଟାଇ ପୂଜାର୍ଚନା କରିଥିଲେ । ରାଇରଙ୍ଗପୁର ଏଆରସିସି ରାମଚନ୍ଦ୍ର ବିଶ୍ବାଳ ଫିତା କାଟି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ,ଆରଏମସି ସଂପାଦକ ମନୋରଞ୍ଜନ ବେହେରା, କର୍ମଚାରୀ ଦିନେଶ ବେହେରା,ଲ୍ଯାମ୍ପ କର୍ମଚାରୀ ଆଶୁତୋଷ ମହାନ୍ତ,ସଂଜିତ ବାରିକ,କୃଷ୍ନ ମହାନ୍ତ,ବିଶ୍ବକଳ୍ପିତା ମହାନ୍ତ, ଇନ୍ଦ୍ରଜିତ ବାରିକ , ଏବଂ ବହୁ ଚାଷୀ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।ଏହି ଲ୍ଯାମ୍ଫରେ ୮୭୬ ଜଣ ଚାଷୀ ପଂଜିକୃତ କରିଛନ୍ତି ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି ।୫ ଜଣ ଚାଷୀ ଆଜି ଧାନ ମଣ୍ଡିକୁ ଧାନ ଆଣିଥିଲେ । ଠିକ୍ ସମୟରେ ଧାନ ମଣ୍ଡି ଖୋଲା ଯାଇଥିବାରୁ ଚାଷୀମାନେ ଭାରି ଖୁସି ହୋଇଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ଡାବୁଗାଁ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଓଡ଼ିଶୀ ନୃତ୍ୟଗୁରୁ ସୀକତା ଦାସଙ୍କୁ କୃତଜ୍ଞତା 

masiha

Leave a Comment

error: Content is protected !!