ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

ନବରଙ୍ଗପୁର ୧୭/୧୨ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦରମହକୁମା ଠାରେ ଆଜି କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମରେ ପାଳିତ ହୋଇଯାଇଛି। ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ରେଭ ହିମାଂଶୁ ଶେଖର ବାଘଙ୍କ ନେତୃତ୍ୱରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ପାଳକ ଙ୍କ ଉପସ୍ଥିତ ରେ ଆଜି ପ୍ରି-ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଜଗଦଲପୁର ଏପିସ୍କୋପାଲ୍ ମେଥୋଡିଷ୍ଟ ଚର୍ଚ୍ଚ ବିଷପ ଡାକ୍ତର ରେଭ ସାମୁଏଲ ସୁନା ଯୋଗଦେଇଥିଲେ। ସର୍ବ ପ୍ରଥମେ ରେଭ ନରେନ୍ଦ୍ର ଫୁଲ ମଞ୍ଚ ପରିଚାଳନା କରି ବ୍ଲକ ଖ୍ରୀଷ୍ଟିଆନ ସମାଜ ର ସମସ୍ତ ପଦାଧିକାରୀ ମାନଙ୍କୁ ମଞ୍ଚ କୁ ସ୍ୱାଗତ କରିଥିଲେ। ରେଭ ସୁବାଷ ଗମ୍ଭାରୀ ପ୍ରାରମ୍ଭିକ ପ୍ରାର୍ଥନା କରି ଆଜିର ଉତ୍ସବ କୁ ଆରମ୍ଭ କରିଥିବା ବେଳେ ଆଜିର ମୁଖ୍ୟ ବକ୍ତା ବିଷପ ଡକ୍ତର ରେଭ ସାମୁଏଲ ସୁନା ଖ୍ରୀଷ୍ଟମାସ ବା ଯୀଶୁ ଙ୍କ ଜନ୍ମ ର ଉଦେଶ୍ୟ ଉପରେ ପବିତ୍ର ବାଇବେଲ ରୁ କିଛି ଅଂଶ ଧ୍ୟାନ କରି ଆସିଥିବା ସମସ୍ତ ଙ୍କୁ ବୁଝାଇଥିଲେ। ପରେ ଖ୍ରୀଷ୍ଟମାସ କେକ କାଟି ସମସ୍ତ ଙ୍କୁ ଖ୍ରୀଷ୍ଟମାସ ପର୍ବ ର ଶୁଭେଚ୍ଛା ପ୍ରଦାନ କରିଥିଲେ। ବ୍ଲକ ଖ୍ରୀଷ୍ଟିଆନ ସମାଜ ସମ୍ପାଦକ ରେଭ ସୁନ୍ଦର ମହନ ଶିଷକ ଆଜିର ମୁଖ୍ୟ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀ, କୋଷାଗୁମୁଡା ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଡାକ୍ତର ଲିପିକା ମାଝୀ, ଦିଲୀପ ପ୍ରଧାନୀ, ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼,କେ.ଏନ ରାଜୁ ପ୍ରମୁଖ ଆଜି ଏହି ଉତ୍ସବ ରେ ଯୋଗ ଦେଇ ଆସିଥିବା ସମସ୍ତ ପାଳକ ମାନଙ୍କୁ ଖ୍ରୀଷ୍ଟମାସ ର ଶୁଭେଚ୍ଛା ପ୍ରଦାନ କରିଥିଲେ। ବ୍ଲକ ଖ୍ରୀଷ୍ଟିଆନ ସମାଜ ର ଉପାଧ୍ୟକ୍ଷ ରେଭ ବିଲିଅମ ସିଫା, କୋଷାଧକ୍ଷ ରେଭ ଫୁଳଚନ୍ଦ ପାଣି, ମାର୍ଗଦର୍ଶକ ରେଭ ରୁବେନ କଚ୍ଛପ, ରେଭ ପିତାମ୍ବର କଚ୍ଛପ, ରେଭ ଈଶ୍ୱର ହରିଜନ, ରେଭ ପ୍ରେମ କୁମାର, ରେଭ ଆଳବାନ ଶିଷକ, ରେଭ ତ୍ରିନାଥ ଦୁଆରୁ, ରେଭ କିରଣ ଦିଗଲା, ରେଭ ରୁପଚନ୍ଦ ଫୁଲମାଲି, ରେଭ ଯୋଶୀୟ କଚ୍ଛପ, ରେଭ ବିନୁର ଗଣ୍ଡା, ରେଭ ଅଜିତ ବାଘ ପ୍ରମୁଖ ଆଜିର ଏହି ଉତ୍ସବ କୁ ସଫଳ କରିବାରେ ମୁଖ୍ୟ ସାହାଯ୍ୟ ସହଯୋଗ କରିଥିଲେ। ଏହି ଖ୍ରୀଷ୍ଟମାସ ପର୍ବ ପାଳନ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଛବିଶ ଗୋଟି ପଂଚାୟତ ରେ କାର୍ଯ୍ୟରତ ସମସ୍ତ ପାଳକ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ, ପାପଡାହାଣ୍ଡି ବ୍ଲକ, ଡାବୁଗାଁ ବ୍ଲକ, ଝରିଗାଁ ବ୍ଲକ ଏବଂ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ, କୁନ୍ଦ୍ରା ବ୍ଲକ ବୋରିଗୁମା ବ୍ଲକ ଏବଂ ଛତିଶଗଡ ରାଜ୍ୟ ରୁ ବି କିଛି ପାଳକ ଆସି ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ଶେଷରେ ସମସ୍ତ ପାଳକ ଙ୍କ ପାଇଁ ଅଣାଯାଇଥିବା ଖ୍ରୀଷ୍ଟମାସ ଉପହାର ବଣ୍ଟନ କରାଯାଇଥିଲା l ସଭାପତି ରେଭ ହିମାଂଶୁ ଶେଖର ବାଘ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

Sunil Chandra Nayak

Government should take positive steps to make media fearless.

masiha

ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!