ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପାପଡାହାଣ୍ଡି 16/5, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୁଆକଟ ପଞ୍ଚାୟତ କିଡିଙ୍ଗଗୁଡା ଗ୍ରାମର ରଘୁ ଗୌଡ ଙ୍କ ମଙ୍ଗଳବାର ସାପ କାମୁଡାରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି | ଖାଇ ସାରିବା ପରେ ସେ ଶୋଇଥିବା ସମୟ ରେ ରାତ୍ର ପ୍ରାୟ ତିନିଘଣ୍ଟା ସମୟରେ ବିଷାକ୍ତ ସାପ ତାଙ୍କ ଡାହାଣ ଛାତି ପାଖରେ କାମୁଡି ଦେଇଥିଲା | ସାପ କାମୁଡିବା ପରେ ରଘୁଙ୍କ ଅବସ୍ଥା ଗୁରୁତର ହୋଇଥିଲା | ଏହା ଜାଣିବା ପରେ ତାଙ୍କ ସ୍ତ୍ରୀ ଆଖ ପାଖ ପଡୋଶୀଙ୍କୁ ଉଠାଇ 108 ଆମ୍ବୁଲାନ୍ସ କୁ ଫୋନ ମାଧ୍ୟମରେ ଜଣାଇ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଙ୍କର 6.30 ସମୟରେ ମୃତ୍ୟୁ ହୋଇଥିବା ଡ଼. ସୂଚନା ଦେଇଛନ୍ତି | ଏନେଇ ମୈଦଳପୁର ପୋଲିସ 6/23 ରେ ଏକ ଅପ ମୃତ୍ୟୁ ୠଜୁକରି ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ କରିବା ପାଇ ପଠାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

masiha

Leave a Comment

error: Content is protected !!