ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

     ବନ୍ଧୁଗାଁ ତା ୨୫/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ସମାରୋହ ଆୟୋଜିତ ହୋଇଯାଇଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ୭ ଟି ସେକ୍ଟର ରୁ ପ୍ରତ୍ୟେକ ସେକ୍ଟର ଅନୁଯାଇ ପ୍ରତି ବର୍ଷ ପରି ଚଳିତ ବର୍ଷ ସେପ୍ଟେମ୍ବର ମାସ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ସେକ୍ଟର ସ୍ତରୀୟ ପୋଷଣ ମାସ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା ପାଳିତ ହୋଇଯାଇଛି । ଆଜି ୭ ଟି ସେକ୍ଟର ରୁ ପ୍ରାୟ ୧୮୦ ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ଵାରା ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ସମାରୋହରେ ସି ଡି ପି ଓ ଗୀତାଞ୍ଜଳୀ ମହାରଣା, ସୁପରଭାଇଜର ଲିଲି ରାଣୀ ପଣ୍ଡା ଓ ଏ ଗୌରୀ ଆମା ଉପସ୍ଥିତ ରହି ଥିଲେ । ପୋଷଣ ମାସ ପାଳନ ଅବସରରେ ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ଓ ସନ୍ତୁଳିତ ଖାଦ୍ୟର ଉପକାରିତା , ରକ୍ତ ହୀନତାର କାରଣ ଓ ତାହାର ନିରାକରଣ ନିମିତ୍ତ ଖାଦ୍ୟକୁ ପ୍ରଦର୍ଶନୀ କରି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା । କୁପୋଷଣକୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ପରିପୂରକ ଖାଦ୍ୟ ଆବଶ୍ୟକତା ରହିଛି । ଯାହା ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରାଇବା ସହ ଜନ୍ମରୁ ଛଅ ବର୍ଷ ବୟସ ର କୌଣସି ଶିଶୁ ଅପପୃଷ୍ଟିର ଶିକାର ହେବେ ନାହିଁ ସେଥି ପ୍ରତି ଯତ୍ନବାନ ହେବା ନିମନ୍ତେ ସି ଡି ପି ଓ ଗୀତାଞ୍ଜଳୀ ମହାରଣା ଉପସ୍ଥିତ ଥିବା ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦେଇ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

କୁସୁମି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

masiha

ବିହାର ଦିବସ ପାଳିତ 

masiha

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!