ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

     ବନ୍ଧୁଗାଁ ତା ୨୫/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ସମାରୋହ ଆୟୋଜିତ ହୋଇଯାଇଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ୭ ଟି ସେକ୍ଟର ରୁ ପ୍ରତ୍ୟେକ ସେକ୍ଟର ଅନୁଯାଇ ପ୍ରତି ବର୍ଷ ପରି ଚଳିତ ବର୍ଷ ସେପ୍ଟେମ୍ବର ମାସ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ସେକ୍ଟର ସ୍ତରୀୟ ପୋଷଣ ମାସ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା ପାଳିତ ହୋଇଯାଇଛି । ଆଜି ୭ ଟି ସେକ୍ଟର ରୁ ପ୍ରାୟ ୧୮୦ ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ଵାରା ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ସମାରୋହରେ ସି ଡି ପି ଓ ଗୀତାଞ୍ଜଳୀ ମହାରଣା, ସୁପରଭାଇଜର ଲିଲି ରାଣୀ ପଣ୍ଡା ଓ ଏ ଗୌରୀ ଆମା ଉପସ୍ଥିତ ରହି ଥିଲେ । ପୋଷଣ ମାସ ପାଳନ ଅବସରରେ ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ଓ ସନ୍ତୁଳିତ ଖାଦ୍ୟର ଉପକାରିତା , ରକ୍ତ ହୀନତାର କାରଣ ଓ ତାହାର ନିରାକରଣ ନିମିତ୍ତ ଖାଦ୍ୟକୁ ପ୍ରଦର୍ଶନୀ କରି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା । କୁପୋଷଣକୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ପରିପୂରକ ଖାଦ୍ୟ ଆବଶ୍ୟକତା ରହିଛି । ଯାହା ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରାଇବା ସହ ଜନ୍ମରୁ ଛଅ ବର୍ଷ ବୟସ ର କୌଣସି ଶିଶୁ ଅପପୃଷ୍ଟିର ଶିକାର ହେବେ ନାହିଁ ସେଥି ପ୍ରତି ଯତ୍ନବାନ ହେବା ନିମନ୍ତେ ସି ଡି ପି ଓ ଗୀତାଞ୍ଜଳୀ ମହାରଣା ଉପସ୍ଥିତ ଥିବା ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦେଇ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଲିତ 

masiha

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

masiha

Leave a Comment

error: Content is protected !!