ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ 

 ବାଲେଶ୍ଵର,୨୪/୯/୨୩- ପବିତ୍ର ଗଣେଶ ପୂଜା ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଆମ୍ବ ବଜାର ଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନଳବେଣ୍ଟା ବଡ ପାର୍ଟି ଓ ସାହାସପୁର ତରଫରୁ ଦୁଇ ଦଳ ପ୍ରହଲ୍ଲାଦ ନାଟକ ପରିବେଷିତ ହୋଇଯାଇଛି । ଏଥିରେ ଶିଳାପଦ୍ମ ଅନୁଷ୍ଠାନ ପକ୍ଷରୁ ହିରଣ୍ୟକଶ୍ୟପୁ ରାଜା ଅଭିନୟ କରୁଥିବା ସର୍ବଶ୍ରୀ ଗୋକୁଳାନନ୍ଦ ପ୍ରଧାନ, ବ୍ରୁନ୍ଦାବନ ଜେନା, ରାଜେନ୍ଦ୍ର ପାତ୍ର, ସୀମାଞ୍ଚଳ ସାହୁ ପ୍ରମୁଖଙ୍କୁ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଲୋକ ନାଟକ ବା ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମ୍ରୁଦଙ୍ଗ ଗୁରୁ କୁନୁ ବେହେରା, କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ, ବରିଷ୍ଠ ଲୋକ ନାଟକ କଳାକାର ପାଣ୍ଡବ ପ୍ରଧାନ ଓ ଦୀନବନ୍ଧୁ ପାତ୍ର ସହାୟତା କରିଥିଲେ । ଉଭୟ ଦଳ ଅତି ସୁନ୍ଦର ନାଟକ ପରିବେଷଣ କରିଥିବା ବେଳେ ଆମ୍ବ ବଜାର ପରିଚାଳନା କମିଟୀ କାର୍ଯ୍ୟକ୍ରମ ପରିଚାଳନା କରଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାନଚେରଗାଁଠାରେ ବିଶ୍ୱ ଏଡସ୍ ଦିବସ ପାଳିତ 

masiha

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

masiha

Leave a Comment

error: Content is protected !!