ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚିଳିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ

ଚିଳିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ

ବର୍ଷ ବର୍ଷ ଧରି ବେଆଇନ ଭାବେ କରୁଛନ୍ତି ବାଲି ଚୋରାଚାଲାଣ, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ,ନା ରାଜସ୍ୱ ବିଭାଗ ନା ଲଘୁଖଣି ବିଭାଗ ,କେହି ମଧ୍ୟ କରୁନାହାନ୍ତି ଧରପଗଡ଼

ଜୁନାଗଡ଼ ,୨୫/୯(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ ରହିଛି । ଏହି ବାଲିଘାଟ ଲିଜ ନ ହୋଇଥିଲେ ସୁଦ୍ଧା ପ୍ରତିଦିନ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ବାଲି ଉଠାଣ କରାଯାଉଛି । ବର୍ଷ ବର୍ଷ ଧରି ଏହି ବାଲିଘାଟ ରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିଲେ ସୁଦ୍ଧା ନା ରାଜସ୍ୱ ବିଭାଗ ନା ଲଘୁଖଣି ବିଭାଗ ,କେହି ମଧ୍ୟ ଧରପଗଡ଼ କରୁନାହାନ୍ତି । ବିଭାଗୀୟ ଅଧିକାରୀ ମାନେ ପ୍ରଭାବଶାଳୀ ଙ୍କ ଅନୁଗତ ବୋଲି ସାତଖୁନ ମାଫ କରିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସ୍ଥିତ ହାତୀ ନଦୀର ବାଲିଘାଟ ରେ ପ୍ରତିଦିନ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଏ । ଏହି ବାଲିକୁ ମୁଣ୍ଡରାଗୁଡା ଜଣେ ନିର୍ବାଚିତ ଜନପ୍ରତିନିଧି ଟ୍ରାକ୍ଟର ଯୋଗେ ବେଆଇନ ଭାବେ ଚାଲାଣ କରି ମୋଟା ରକମର ଅର୍ଥ ଉପାର୍ଜନ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେହେତୁ ଏହି ବ୍ୟକ୍ତିଜଣକ ଏକାଧାରରେ ନିଜର ରାଜନୈତିକ ପତିଆରା ଯୋଗୁ ତାଙ୍କର ଏକଛତ୍ରବାଦୀ ଓ ଦବଙ୍ଗ ଗିରି ଚଳାଇଛନ୍ତି,ଏବଂ କାହାକୁ ଭ୍ରୁକ୍ଷେପ ନ କରି ତାଙ୍କର ଏହି କାରବାର ଅନାୟାସରେ ଚଳାଇଛନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ଏହି ଟଙ୍କା ମାଫିଆ ଓ ଆସାଧୁ କର୍ମଚାରୀ ମାନଙ୍କ ପକେଟ କୁ ଯାଉଛି । ତାଙ୍କର ଏହି ପତିଆରା ଯୋଗୁଁ ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଯୋଗୁଁ ଫଳ ଶୁନ ହୋଇଥାଏ । ଏହି ବାଲି ଚୋରାଚାଲାଣ ଆଜିର ନୁହେଁ କି କାଲିର ନୁହେଁ ଏହା ବର୍ଷ ବର୍ଷ ଧରି ଏଭଳି ଚାଲିଛି । ଚିଲଗୁଡାରେ ରାଜସ୍ୱ ନିରୀକ୍ଷକ ମଧ୍ୟ ଅଛନ୍ତି ହେଲେ ନୋ ଏକସନ ନୋ ରିଏକସନ ମୁଡରେ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ସମସ୍ତ ଲଘୁଖଣି, ବାଲିଘାଟକୁ ତହସିଲ ବିଭାଗରୁ କାଢି ନେଇଥିବାରୁ ବାଲି ଚୋରାଚାଲାଣକୁ ରୋକିବାକୁ ଧରପଗଡ଼ କରୁନାହାନ୍ତି ତହସିଲଦାର । ଯାହା ଫଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଚିଲଗୁଡା ବାଲିଘାଟ ରୁ ଚୋରାଚାଲାଣ କରୁଥିବା ଏହି ବ୍ୟକ୍ତିଜଣଙ୍କୁ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏହା ଦେଖିବାକୁ ବାକି ରହିଲା । ଏନେଇ ଦାୟିତ୍ୱରେ ଥିବା ଲଘୁ ଖଣି ଅଧିକାରୀଙ୍କୁ ପଚାରିବାରୁ ଏଥିନେଇ ଆମେ ଅବଗତ ନଥିଲୁ ଉପଯୁକ୍ତ ତଦନ୍ତ କରି ଉଚିତ ପଦକ୍ଷେପ ନେବୁ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବେଆଇନ ଗୋ ଵୋଝେଇ ପିକ ଅପ ଜବତ ସହ ୮ ଗୋରୁ ଉଦ୍ଧାର; ଗୋଚାଲାଣକାରୀକୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ 

Sunil Chandra Nayak

ନିଖୋଜ ନାବାଳିକା ର ମୃତ ଦେହ ଏକ ନୂତନ ନିର୍ମାଣ କୋଠା ଘର ପାଣି କୁଣ୍ଡରୁ ଉଦ୍ଧାର

ଏଟିଏମ କାଟି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

Leave a Comment

error: Content is protected !!