ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀପାଟଣା ରାମନଗରପଡ଼ାରେ ସେକ୍ସ ରକେଟ ଠାବ:୨ବାଙ୍ଗୀୟ ଯୁବତୀ ସହ ଯୁବକ ଅଟକ , ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ଚାଲୁଥିଲା ସେକ୍ସ ରାକେଟ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରାମନଗର ପଡ଼ାରୁ ସେକ୍ସ ରେକେଟ୍ ଠାବ

ଦୁଇ ଜଣ ଦେହଜୀବୀଙ୍କ ସହ ଦଲାଲଙ୍କୁ ଉଠାଇ ଆଣିଲା ପୋଲିସ୍ । ଦୀର୍ଘବର୍ଷ ଧରି ଏଠାରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇଥିଲା ପୋଲିସ । ସଦର ଏସଡିପିଓଙ୍କ ନିର୍ଦ୍ଦେଶରେ ଚଢାଉ କରିଥିଲା ପୋଲିସ୍ ଟିମ୍ । ରାମନଗର ପଡ଼ାରୁ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦଲାଲକୁ ଗିରଫ କରିଛି ପୋଲିସ୍ ।ଏ ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଠାବ କରାଯିବ ବୋଲି ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ସେକ୍ସ ରକେଟ ଚାଲିଥିବା ନେଇ ପୁଲିସ ଖବର ପାଇ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ନିଜ ଟିମ ସହ ଚଢ଼ାଉ କରିଥିଲେ। ସେଠାରେ ଦୁଇଜଣ ବଙ୍ଗାଳି ଯୁବତୀ ଓ ଜଣେ ଯୁବକ କୁ କାବୁକରି ଟାଉନ ଥାନା କୁ ଆଣି ଅଟକ ରଖି ପଚାର ଉଚୁରା କରିବା ଘଟଣା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି l ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ରାଜନଗରପଡ଼ାରେ ରବିବାର ସନ୍ଧ୍ୟାରେ ସେକ୍ସ ରକେଟ ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା l ତୁରନ୍ତ ଚଢ଼ାଉ କରିବା ସହ ସେଠାରେ ଦୁଇ ଜଣ ଯୁବତୀ ଓ ନର୍ଲା ଅଂଚଳରେ ଜଣେ ଦଲାଲ ଙ୍କୁ ପୋଲିସ କାବୁ କରିଥିଲା l ଏସମ୍ପର୍କରେ ଟାଉନ ଥାନା ଆଇଆଇସି ଯଶୋବନ୍ତ ହିଆଲ ଙ୍କୁ ପଚାରିବାରୁ ୨ ଜଣ ବଙ୍ଗାଳି ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି l ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି କହିଛନ୍ତି l

ଉଲ୍ଲେଖ ଯୋଗ୍ୟ ଯେ, ଭବାନୀପାଟଣାର ରବୀନ୍ଦ୍ରନାଥ ଆରୁଖ ଜଣେ ପୂର୍ବତନ ପୋଲିସ ଡିଏସ୍‌ପି । ସେ ତାଙ୍କ ଘର ଉପର ମହଲାରେ ରହୁଥିବା ବେଳେ ତଳ ଘର ଜଣେ ଯୁବକଙ୍କୁ ଭଡାରେ ଦେଇଥିଲେ । ସେହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ସେ ପଡ଼ାର କାହା ସାଙ୍ଗରେ ମିଶୁନଥିବା କିମ୍ବା କଥା ବାର୍ତ୍ତା ମଧ୍ୟ ହେଉନଥିବା ବେଳେ ତାଙ୍କ ଘରକୁ ମଧ୍ୟ କେହି ଯିବାଆସିବା କରୁନଥିଲେ। ଯାହାର ଫାଇଦା ନେଇ ସେହି ଯୁବକ ଜଣକ କୋଲକାତାରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ସେଠାରେ ସେକ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

Sunil Chandra Nayak

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

ଟଙ୍କା ଚୋରୀ ଅଭିଯୋଗରେ ନାବାଳିକାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଲେ 

Sunil Chandra Nayak

Leave a Comment

error: Content is protected !!