ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାର ବାଙ୍କବଳ କେନାଲରୁ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ- ୩/୯ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଵାଙ୍କବଳ ନଦୀବନ୍ଧରେ ଝୁଲଣ ଅବସରରେ ପ୍ରସିଦ୍ଧ ବାଙ୍କବଳ ମେଳା ୫ ଦିନ ଧରି ଚାଲିଆସୁଛି ।ଏହି ମେଳା ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଛୁଟି ଆସନ୍ତି । ଶନିବାର ଦିନ ସଂନ୍ଧ୍ୟାରେ ବାଙ୍କବଳ ମେଳା ଦେଖିବାକୁ ଆସି ଘରକୁ ଫେରି ନ ଥିଲେ ।ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ ।ଆଜି ରବିବାର ସକାଳେ ଲୋକେ ବାଙ୍କବଳ କେନାଲରେ ବୃଦ୍ଧ ଭାସୁଥିବା ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ କେନାଲରୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକ ହେଲେ ବିଜାତଳା ପଞ୍ଚାୟତର ଯୋଡା ପୋଖରୀ ଅଂଚଳର‌ ପଦ୍ମ ଟୁଡୁ (୫୫) । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

masiha

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

masiha

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!