ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ନୁଆଁଖାଇ ଭେଟଘାଟ ପାଳିତ

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ନୁଆଁଖାଇ ଭେଟଘାଟ ପାଳିତ

ଉମରକୋଟ:(୧୬|୯)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ବେହେଡା ବସଷ୍ଟାଣ୍ଡ ଠାରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ଭେଟଘାଟ(୨୦୨୫) ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହା ଏକ ଆଦିବାସୀ ଅଞ୍ଚଳ, ଅଲେଖ ମହିମାଙ୍କୁ ଅଧିକାଂଶ ଲୋକ ମାନନ୍ତି ଲୋକଙ୍କ ଜୀବନ ଶୈଳୀ ଉପରେ ବିଶେଷ ଭାବରେ ପ୍ରଭାବ ପଡିଛି। ଆଜିର ଭେଟଘାଟରେ ବହୁତ ଲୋକ ଛତିଶଗଡ, ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି।ଗୌରାଙ୍ଗ ବାବା, ମଣ୍ଟୁ ବାବା,ନର୍ସି ବଡଭାଇ,ସୁକୁରାମ, ଗୋବର୍ଦ୍ଧନ, ବୈକୁଣ୍ଠ ସାହୁ,ରାମସିଂ ଅଧିକାରୀ, ରାମୁ ଓ ବହୁତ ଦୀକ୍ଷା ନେଇ ଥିବା ଲୋକଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଛି। ଭକ୍ତ ମାନେ କହିବା ଅନୁସାରେ ଏଠାରେ କିଛିବି ସୁବିଧା ନାହିଁ, ଯାହାକୁ ନେଇ ଭକ୍ତ ଅସନ୍ତୁଷ୍ଟ ପ୍ରକାଶ କରି କଲ୍ୟାଣୀ ମଣ୍ଡପ, ପାଣି, ପାଚେରୀ, ବିଦ୍ୟୁତ, ରହିବା ପାଇଁ ଘର ଇତ୍ୟାଦି ସୁବିଧା ହେଲେ ଭକ୍ତମାନେ ଉପକୃତ ହେବେ। ଅଲେଖ ଧର୍ମ ଆହୁରି ବିସ୍ତାର ରୂପ ଧାରଣ କରିବ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି। ଯୋରନ୍ଦା ଗାଦୀରୁ ବାବା ମାନେ ଆସନ୍ତି, ମାତ୍ର ସୁଭିଧା ନ ଥିବାରୁ ବହୁତ ବ୍ୟାକୁଳତା ସହ ଯାଇଥାନ୍ତି। ସେମାନେ ଗୋଟିଏ ଜାଗାରେ ଗୋଟେ ଦିନ ହିଁ ରହିବେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବୃକ୍ଷରୋପଣ କାର୍ଯ୍ୟକ୍ରମ 

Sunil Chandra Nayak

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

Sunil Chandra Nayak

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

Sunil Chandra Nayak

Leave a Comment

error: Content is protected !!