ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦ୍ୟୋଗୀ ଏବଂ ଜୀବନବ୍ୟାପୀ ସଫଳତା ହାସଲ କରିବା ପାଇଁ ଏକ ‘ଷ୍ଟାର୍ଟଅପ୍ ଏବଂ ନବସୃଜନ କାର୍ଯ୍ୟକ୍ରମ’ ଅନୁଷ୍ଠିତ
ଡାବୁଗାଁ (୧୩/୦୮/୨୦୨୬)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଡିଗ୍ରୀ କଲେଜରେ ଆଜି ପୂର୍ବାହ୍ନ ୧୧:୦୦ ଘଣ୍ଟା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦ୍ୟୋଗୀ ଏବଂ ଜୀବନବ୍ୟାପୀ ସଫଳତା ହାସଲ କରିବା ପାଇଁ ଏକ ‘ଷ୍ଟାର୍ଟଅପ୍ ଏବଂ ନବସୃଜନ କାର୍ଯ୍ୟକ୍ରମ’ ଅନୁଷ୍ଠିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଷ୍ଟାର୍ଟଅପ୍ ଏବଂ ନବସୃଜନ ପ୍ରତିଯୋଗିତାକୁ ନିମନ୍ତ୍ରିତ ହେବାକୁ ଥିବା ତିନି ଜଣ ଶ୍ରେଷ୍ଠ କଲେଜ ଅଂଶଗ୍ରହଣକାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଚନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ (ଇତିହାସ ଅଧ୍ୟାପିକା) ସଫଳତାର ସହ ପରିଚାଳନା କରିଥିଲେ। ଶ୍ରୀମତୀ ଉର୍ମିଳା ବ୍ରହ୍ମା (ଅର୍ଥନୀତି ଅଧ୍ୟାପିକା) ଏବଂ ଶ୍ରୀ ମର୍ଦ୍ଧକ୍ଷ ନାୟକ (ରାଜନୀତି ବିଜ୍ଞାନ ଅଧ୍ୟାପକ),ଡାବୁଗାଁ ପ୍ରେସ କ୍ଲବ ସଭାପତି ରବି ନାରାୟଣ ମହାନ୍ତି, ପ୍ରାକ୍ତନ ଛାତ୍ର ରାଜ ଶେଖର ରାଓ ଓ ସୁଶାନ୍ତ କୁମାର ପଣ୍ଡା ମଞ୍ଚ ଉପରେ ଉପବେଶନ କରିଥିଲେ l ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଦେଇ ମଞ୍ଚରେ ଉପବେଶନ କରିଥିବା ସମସ୍ତଙ୍କୁ ସମ୍ମାନୀତ କରାଯାଇଥିଲା l ଅତିଥିବୃନ୍ଦ ପାଠ ପଢିବା ସହ ସଫଳ ଉଦ୍ୟୋଗୀ ହୋଇ ଏଇ ସମାଜରେ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେବା ଉପରେ ବ୍ୟାପକ ଦୃଷ୍ଟାନ୍ତ ଛାତ୍ରଛାତ୍ରୀ ମାନଙ୍କ ଆଗରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାକ୍ତନ ଛାତ୍ର ଦ୍ୱୟ ତାଙ୍କ ଅନୁଭୂତି ର କଥା ବଖାଣି ଥିଲେ lଯିଏ ଯେଉଁ ଦିଗରେ ପାରଙ୍ଗମ ହୋଇପାରିବ ସେହି ଦିଗରେ ନିଜର ମନ ବଳାଇ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବ l ଛାତ୍ରଛାତ୍ରୀ ମାନଙ୍କ ଅମ୍ଳାନ ଚେଷ୍ଟା ଆଗକୁ ବଢ଼ି ପାରିବ ଏଥିରେ ସନ୍ଦେହ ନହିଁ l ଆଠ ଜଣ ଛାତ୍ରଛାତ୍ରୀ ନିଜ ନିଜର ବିଭିନ୍ନ ଉଦ୍ୟୋଗ ଉପରେ ଆଣିଥିବା ଲେଖାକୁ ବିସ୍ତୃତ ଭାବରେ ପାଠ କରିଥିଲେ lବହୁ ସଂଖ୍ୟକ ଉତ୍ସାହୀ ଛାତ୍ରଛାତ୍ରୀ ଏହି ଅଧିବେଶନରେ ଯୋଗ ଦେଇଥିଲେ ଏବଂ ଆଧୁନିକ ନବସୃଜନ ଇକୋସିଷ୍ଟମ ରଣନୀତି ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପାଇଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତୀ ସାହୁ ମ୍ୟାଡାମ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

