ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ

ଜନଜାଗରଣ ମଞ୍ଚର ମାସିକ ବୈଠକ

ଖଇରା,୨୭/୧୧/୨୫- ବାଲେଶ୍ଵର ଜିଲ୍ଲା ଜଳସେଚନ କାର୍ଯ୍ଯାଳୟ ସମ୍ମୁଖ ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରଶ୍ମିତା ମହାପାତ୍ର ବୈଠକ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ରାମକୃଷ୍ଣ ଦାସମହାପାତ୍ର,ଚିନ୍ତାମଣି ସାହାଣୀ,ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ,ବୁଦ୍ଧିରାମ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, ଅଭିରାମ ମହାପାତ୍ର, ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ ନିରଞ୍ଜନ ବେହେରା ଓ କୈଳାସ ପୃଷ୍ଟି ଉପସ୍ଥିତ ଥିଲେ । ପ୍ରଥମେ ପଣ୍ଡିତ ଶ୍ରୀ ପତ୍ରୀଙ୍କ ଶିକ୍ଷଣୀୟ ବିଷୟ ଆଲୋଚନା ପରେ ପରେ ସମ୍ପାଦକ ଶ୍ରୀ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏଥିରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ କେଉଁ ପନ୍ଥା ଅବଲମ୍ବନ କଲେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଯତ୍ନବାନ ହେବ ତାହା ସ୍ଥିର ନିମନ୍ତେ ସମସ୍ତଙ୍କ ମତାମତ ଲୋଡା ଯାଇଥିଲା । ଶେଷରେ ସମସ୍ତଙ୍କ ମତାମତ ପରେ ଉପାୟ ସିଦ୍ଧାନ୍ତ ହୋଇଥିଲା ଯାହା ଆଗାମୀ ବୈଠକ ପରେ ଆରମ୍ଭ ହେବ । ଅଞ୍ଚଳର ଉନ୍ନତି ପାଇଁ ଏକମାତ୍ର ମଞ୍ଚ ଜନଜାଗରଣ ମଞ୍ଚ । ଏହି ମଞ୍ଚ ଦ୍ବାରା ଅତୀତରେ ଅନେକ ସମସ୍ୟା ସମାଧାନ ହୋଇଛି । ବର୍ତ୍ତମାନ ଯେଉଁ ସମସ୍ୟା ରହିଛି ଆଗାମୀ ଦିନରେ କିପରି ତାହା ସମାଧାନ ହେବ ଆଜିର ବୈଠକ ସୂଚନା ଦେଇଛି । ମଞ୍ଚ ତରଫରୁ ନୂଆ ବର୍ଷ କେଉଁଠି ଓ କିପରି ପାଳନ ହେବ ସେଥି ନିମନ୍ତେ ଆଗାମୀ ବୈଠକରେ ସିଦ୍ଧାନ୍ତ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଶ୍ରୀ ଦାସମହାପାତ୍ରଙ୍କ ଧନ୍ୟବାଦ ଅର୍ପଣ ପରେ ବୈଠକ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ନିରାକରଣ ନେଇ ସଚେତନ ସଭା 

masiha

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

Leave a Comment

error: Content is protected !!