ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

କାମାକ୍ଷାନଗର (ମନିସ)27/11/25  କଥାରେ ଅଛି ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ।ଦିନରୁ ଆରମ୍ଭକରି ରାତି ତମାମ ବେଧଡକ ଭାବେ ବାଲି ଠାରୁ ଆରମ୍ଭ କରି ମୁଗୁନି ପଥର, ମୋରମ ଚୋରା ଚାଲାଣ ହେଉଥ‌ିବାବେଳେ ପିସି ଖାଇ କୁମ୍ଭକର୍ଣ୍ଣ ନିଦ୍ରାରେ ରାଜସ୍ଵ, ପରେଷ୍ଟ,ଓ ଖଣି ବିଭାଗ। ଏଭଳି ଘଟଣା କଙ୍କଡାହାଡ଼ ବ୍ଲକ ରେ ବିଭିନ୍ନ ସମୟରେ ଦେଖୁବାକୁ ମିଳିଛି।ଏମାନେ ଜାଣି ପାରୁ ନାହାନ୍ତି ନାଁ ଜାଣି ଚେଇଁ ଶୋଇ ଛନ୍ତି ଚର୍ଚ୍ଚା ରେ ଏହି ସବୁ ବିଭାଗ। ସୂଚନା ଅନୁଯାୟୀ, ଉତ୍ତରାସ ନାଳ, ଦୁଲିଆ ନାଳ ଓ ଅନନ୍ତ ପୁର ସରକ୍ଷିତ ଅଂଚଳରୁ ବାଲି, ମେଣ୍ଟାଲ, ଓ ମୁଗୁନି ପଥର, ଚୋରାରେ ବାଲି ଚାଲାଣ ହେଉଥୁବା ସଙ୍ଗେ ସଙ୍ଗେ ମାଫିଆ ମାନେ କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଏରିଆରେ ଏହି ଚୋରା ଚାଲାଣ କରୁଛନ୍ତି। ଏହାଦ୍ଵାରା ରାଜସ୍ବ ହାନି ହେବା ସହିତ ଲଘୁ ଖଣିଜ ଦ୍ରବ୍ୟ ନଷ୍ଟ ହେବାରେ ଲାଗିଛି.। ଏହି ଚୋରାରେ ଚାଲାଣ ହେଉଥ‌ିବା ବାଲି ଗାଡ଼ିକୁ ବିଭିନ୍ନ ସମୟରେ ବନବିଭାଗ ଅଟକ ରଖୁଥିବାବେଳେ କିନ୍ତୁ ଅନ୍ୟପକ୍ଷରେ କଙ୍କଡ଼ାହାଡ଼ ତହସିଲ କାର୍ଯ୍ୟାଳୟଠୁ ମାତ୍ର ଅଳ୍ପ କିଛି ଦର ରେ ମଧ୍ୟ ବାଲି ମେଣ୍ଟାଲ ଚୋରା ଉଠାଣ ହେଉଛି। ବାମ ଠାରୁ ବାଲି ଉଠାଇ ଝିଲ୍ଲୀ ଦେଇ ବିଭିର୍ଣ୍ଣ ରାସ୍ତା ଦେଇ ଦୈନଦୀନ ଶହ ଶହ ସଂଖ୍ୟାରେ ଚୋରା ବାଲି ଗାଡି ଯାଉଥିବାବେଳେ କାହିଁ କି ଏହି ସବୁ ବିଭାଗ ଜାଣିପାରୁନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ସେହି ଚୋରା ବାଲି ଗାଡି ଗୁଡିକ ବହୁ ସମୟରେ ଝିଲ୍ଲୀ, କଙ୍କଡ଼ାହାଡ଼ ଓ,କଣ୍ଟାପାଳ ଝିଲ୍ଲୀ ପଞ୍ଚାୟତର ଗାଁ ନିକଟରେ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଥ‌ିବା ମଧ୍ୟ ଦେଖୁବାକୁ ମିଳୁଛି। ଦୈନଦିନ ଚୋରା ବାଲି ଚାଲାଣ ଗାଡ଼ି କଙ୍କଡ଼ାହାଡ଼ ତହସିଲ, କନ୍ଧରା ଫରେଷ୍ଟ ବିଟ ଏବଂ ମହାବିରୋଡ଼ ରେଞ୍ଜ ନିକଟରେ ଯିବା ଏବଂ ରାଜସ୍ଵ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦି ଘଟଣାକୁ ନେଇ ରାଜସ୍ୱ ବିଭାଗ ଜାଣତରେ ବୋଧେ ଏହି ସବୁ ଚୋରା ବାଲି ଚାଲାଣ ହେଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ହାତଗୁଞ୍ଜା ନେଇ ଚୋରା ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ଗାଡ଼ିକୁ ବିଭାଗ ଗୋଡ଼ିକ ଅଟକ ରଖୁନାହିଁ ବୋଲି ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି। କେବେ ରାଜସ୍ଵ, ଖଣିଜ ଓ ବନ ବିଭାଗ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି ଏବଂ କେବେ ଖଣିଜ ଲଘୁ ଦ୍ରବ୍ୟ ଚୋରା ଚାଲାଣ ବନ୍ଦ ହେଉଛି ତାହା ଦେଖୁବାକୁ ବାକି ରହିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିହାର ଦିବସ ପାଳିତ 

masiha

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!