ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ କୃଷିଯାନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ମେଳା ବିଧାୟକଙ୍କ ଦ୍ଵାରା ଶୁଭ ଉଦଘାଟିତ 

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ କୃଷିଯାନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ମେଳା ବିଧାୟକଙ୍କ ଦ୍ଵାରା ଶୁଭ ଉଦଘାଟିତ 

ମୟୂରଭଞ୍ଜ – ୨୭/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ଵାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା(ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ) ଖେଳ ପଡ଼ିଆରେ ତ୍ରିଦୀବସୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶିତ, ପ୍ରଶିକ୍ଷଣ ଓ ବିକ୍ରୟ ମେଳା ରାଇରଙ୍ଗପୁର ଯୁବ ବିଧାୟକ ଜଲେନ ନାଏକ , ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଡିଆରଡିଏ ଅଧ୍ୟକ୍ଷା ଭାରତୀ ହାଁସଦା,ଵିଜାତଳା ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ, କରଞ୍ଜିଆ ସହକାରୀ କୃଷି ନିର୍ବାହୀ ଅଧିକାରୀ ଇଂ ଅଜୟ ମାରାଣ୍ଡି,,ଵହଳଦା ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର, ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ପରିକ୍ଷିତ ଦାସ, ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ସଭାପତି ରାଇରଙ୍ଗପୁର ଏଡିଓ ଲୋକନାଥ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ,ଯାମଦା ବ୍ଳକ କୃଷି ଅଧିକାରୀ ଶୁଭଲକ୍ଷ୍ମୀ ଦାସ ମଂଚ ପରିଚାଳନା କରିଥିବାବେଳେ ମୁଖ୍ୟବକ୍ତା ଇଂ ଅଜୟ ମାରାଣ୍ଡି ସରକାରଙ୍କ ଦ୍ଵାରା ଯାନ୍ତ୍ରିକ ମେଳାର ମହତ ଉଦେଶ୍ଯ, ସରକାରଙ୍କ କୃଷି ଯୋଜନା,ସଵସିଡ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବିଧାୟକ କହିଥିଲେ ଚାଷୀ ହସିଲେ ଦେଶ ହସିବ ।ଜୟ ଯବାନ,ଜୟ କିଷାନ,ଜୟ ବିଜ୍ଞାନ । କେନ୍ଦ୍ରରେ ମୋଦୀ ସରକାର ଓ ଓଡ଼ିଶାରେ ମୋହନ ସରକାର କୃଷି ଓ କୃଷକଙ୍କୁ ସଶକ୍ତିକରଣ,ଆର୍ଥିକ ସ୍ବାଲମ୍ବନଶୀଳତା ପାଇଁ ବହୁବିଧ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ‌।ସିଏମ କିଶାନ ଯୋଜନା,ପି ଏମ କିଶାନ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା,ସାର,ବିଷ,କୀଟନାଶକ, ଔଷଧ,କୃଷି ଯନ୍ତ୍ରପାତି ରେ‌ ରିହାତି,ଅନ୍ନ ଶ୍ରୀ ଯୋଜନା, ଗୋପାଳନ, କୁକୁଟ ପାଳନ,ଛେଳି ପାଳନ,ମତ୍ସ୍ୟ ବିକାଶ,ରଵିଚାଷ,ମାଣ୍ଡିଆ ଚାଷ, ଯୋଜନା କରିଛନ୍ତି ।ତଦସହ ଚାଷୀମାନେ ମଣ୍ଡିରେ ଧାନ,ବିରି,ମୁଗ, ମାଣ୍ଡିଆ ଡାଲି ଜାତୀୟ ଶସ୍ୟ,ଆଳୁ, ଚିନାବାଦାମ ଉତ୍ପାଦନ ଏବଂ ଚାଷୀ କିଭଳି ବିକ୍ରୟ କରି ଦୁଇ ଗୁଣା ଲାଭ ପାଇଁ ଆର୍ଥିକ ସଶକ୍ତିକରଣ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।ସାଂପ୍ରତିକ ପରିସ୍ଥିତିରେ ଶ୍ରମିକ ସମସ୍ୟା ଓ ଏକକ ପରିବାର ଯୋଗୁଁ ତଥା ମାନବ ସମ୍ବଳ ଅଭାବ ଯୋଗୁଁ ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ଆଧୁନିକ କୃଷିଯାନ୍ତ୍ରିକ ବ୍ୟବହାର ଦ୍ଵାରା ସମୟ ବଂଚିବା,କମ ପରିଶ୍ରମ ରେ ଅଧିକ ଉତ୍ପାଦନ ହୋଇପାରୁଛି । ତେଣୁ ସମସ୍ତ କ୍ଷୁଦ୍ର,ମଧ୍ୟମ,ବୃହତ ତଥା ଧନୀ ଗରିବ ଚାଷୀ ଏହାର ଲାଭ ନେଇପାରିବେ ।ଏହି କୃଷି ମେଳାରେ ୩୧ ଟିଷ୍ଟଲ ପଡ଼ିଛି । ସ୍ବୟଂ ସହାୟିକା ଗୋଷ୍ଠୀ ର ସଦସ୍ଯା,ଆଇଟିଡିଏ, ମତ୍ସ୍ୟ ,ପଶୁ,ଟ୍ରାକ୍ଟର,ପାଓ୍ବାର ଟିପର,ଅଟା ପେଷା କଳ,ତେଲ ପେଷା କଳ,ଚାଉଳ କଳ ପ୍ରଭୃତି ବହୁତ ଷ୍ଟଲ ପ୍ରଦର୍ଶିତ ହୋଇଛି ଚାଷୀମାନେ ନିଜେ ଦେଖି ନିଜ ପସନ୍ଦର ଯନ୍ତ୍ରପାତି କ୍ରୟ କରିବା ସହ ସଵସିଡ ନେଇ ପାରିବେ ।ଏହି ମେଳାରେ କୃଷି ଯନ୍ତ୍ରପାତି,ତାହାର ବ୍ୟବହାର ପାଇଁ କୃଷି ପ୍ରଶିକ୍ଷଣ ଏବଂ କ୍ରୟ ବ୍ୟବସ୍ଥା କରାଯାଇଛି ।ଏହି ପ୍ରଦର୍ଶନୀ ମେଳାରେ ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ବିଶିଷ୍ଟ ଚାଷୀମାନଙ୍କୁ ଅତିଥିଗଣ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସିଲଡ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ବାମନଘାଟୀ ଉପଖଣ୍ଡର ଚାଷୀମାନେ କୃଷିମେଳାକୁ ଆସି ପରିଦର୍ଶନ କରିବା,କୃଷି ଅଧିକାରୀ, କୃଷି ଯନ୍ତ୍ରପାତି ବିକ୍ରେତା ଙ୍କ ସହ ଆଲୋଚନା କରି ଏଠାରେ ଲାଭାନ୍ବିତ ହେବାପାଇଁ କୃଷି ଅଧିକାରୀ ନିବେଦନ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ଚାଷୀମାନେ ପ୍ରଦର୍ଶିନୀମେଳାରେ ଉପସ୍ଥିତ ଥିଲେ । ପରିଚାଳନାରେ ସମସ୍ତ ବ୍ଳକର କୃଷି ଅଧିକାରୀ/ ଅଧିକାରିଣୀ,କୃଷକ ସାଥୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ 

masiha

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!