ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ୟ୍ଯଲୟ ଉଦଘାଟନ ଓ ବୈଠକ ଅନୁଷ୍ଠିତ

ନୂଆପଡା //  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କୋଟିପଦର ଠାରେ କୋଶଳେଶ୍ୱର ମାଳି ସମାଜ ନୂଆପଡା ତରଫରୁ କାର୍ଯ୍ୟାଳୟ ଉଦଘାଟନ ଓ ସାମାଜିକ ବୈଠକ ଅନୁଷ୍ଠିତ ହୋଇଛି। ଖଡ଼ିଆଳ ବ୍ଲକ କୋଟିପଦର ଗ୍ରାମରେ ବିଧାୟକ ପାଣ୍ଠିରୁ ନିର୍ମିତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଆୟୋଜିତ ସାମଜିକ ବୈଠକରେ ଯୁବରାଜ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ସମାଜର ରାଜ୍ୟ ସମ୍ପାଦକ ଅନିରୁଦ୍ଧ କୁକୁରିଆ, ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ରାଜ୍ୟ ସଭାପତି ବାସୁଦେବ ମାରଥା, ବଲାଙ୍ଗିର ଜିଲ୍ଲା ସଭାପତି କାର୍ତ୍ତିକ ପଟେଲ, କଳାହାଣ୍ଡି ଜିଲ୍ଲା ସମ୍ପାଦକ ହୃଦାନନ୍ଦ ପଟେଲ, ରାଜ୍ୟ ଉପଦେଷ୍ଟା ଘାସିରାମ ନାଏକ, ରାଜ୍ୟ ଉପ ସଭାପତି ଦାରାସିଂହ ପଟେଲ, ରାଜ୍ୟ ଉପ ସଭାପତି ସେବତୀ ପଟେଲ, ଅଞ୍ଚଳ ସଭାପତି ଟଙ୍କଧର ପଟେଲ, ଚିନ୍ଦାଗୁଡ଼ା ଅଞ୍ଚଳ ସଭାପତି ଜଗବନ୍ଧୁ ପଟେଲଙ୍କ ସମେତ ସମାଜର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମଞ୍ଚାସିନ ଥିଲେ । ଅତିଥି ମାନେ ଭାରତୀୟ ସଂସ୍କୃତିରେ ସାମାଜିକ ସହାବସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ମତ ବ୍ୟକ୍ତ କରିବା ସହ ଅନେକ ବର୍ଷ ମରୁଡ଼ିର ଶିକାର ହେବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିଲେ ମଧ୍ୟ ନୂଆପଡା ଜିଲ୍ଲାର ମାଳି ସମାଜ ନିଜ ଭିଟାମାଟି ଛାଡୁନାହାନ୍ତି ଓ କଠିନ ପରିଶ୍ରମ କରି ଆୟକାରୀ ଫସଲ ଓ ପନିପରିବା ଉପାର୍ଜନ କରୁଥିବାରୁ ଅତିଥିମାନେ ସେମାନଙ୍କୁ ପ୍ରଶଂସା କରିଥିଲେ । ଆଗକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଚଳଣିରେ ଏହି ସମାଜର ଲୋକେ ଅନ୍ୟ ମାନଙ୍କ ପ୍ରେରଣା ସାଜିବେ ବୋଲି ସମସ୍ତେ ଅଶାବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପାଇଁ ଜମିଦାନ କରିଥିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ସମ୍ମନିତ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

ଆରଡି ଵିଭାଗର ହରିଲୁଟ ପିଛା ଛାଡୁନି,୭କୋଟି ଟଙ୍କାର ନିମ୍ନମାନର ନିର୍ମାଣଧିନ ବିଜୁ ସେତୁର ଛାତ ଦଵିଲା

masiha

Leave a Comment

error: Content is protected !!